Breaking PLUSଦେଶମୁଖ୍ୟ ଖବର

୨ ମାସ ପାଇଁ ହାଓଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍ ,ପ୍ରଶାନ୍ତି ଏକ୍ସପ୍ରେସର ମାର୍ଗ ପରିବର୍ତନ

ଭୁବନେଶ୍ୱର, 6 ଡିସେମ୍ବର – ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ / ବ୍ରିଜ ଗୁଡିକର ଜରୁରୀ ମରାମତି ଯୋଗୁଁ ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ର ମାର୍ଗ ପରିବର୍ତନ କରାଯାଇଥିବାବେଳେ ହାଓଡ଼ା-ଏସଏସପିଏନ ଏକ୍ସପ୍ରେସ ର ଆଂଶିକ ବାତିଲ କରାଯାଇଛି ।

୨୨୮୩୧/୨୨୮୩୨ ହାଓଡ଼ା-ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ) – ହାଓଡ଼ା ଏକ୍ସପ୍ରେସ ୦୬ ଡିସେମ୍ବର ଠାରୁ ୦୭ ଫେବୃଆରୀ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ହାଓଡ଼ା ଠାରୁ ଏବଂ ୦୮ ଡିସେମ୍ବରରୁ ୦୯ଫେବୃଆରୀ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଏସଏସପିଏନ ଠାରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ଧର୍ମାଭରମ ଏବଂ ଏସଏସପିଏନ ମଧ୍ୟରେ ବାତିଲ ରହିବ ।

ସେହିଭଳି, ୧୮୪୬୪/୧୮୪୩ ବେଙ୍ଗାଲୁରୁ-ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ୮ ଡିସେମ୍ବର ରୁ ୮ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଠାରୁ ଏବଂ ୭ ଡିସେମ୍ବରରୁ ୭ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ପେନୁକୋଣ୍ଡା-ନାଗସମୁଦ୍ରମ୍-ଧର୍ମାଭରମ ମାର୍ଗରେ ଚଳାଚଳ କରିବ ।

Show More

Related Articles

Back to top button