ଆଉ ନାହାଁନ୍ତି ହ୍ୟାରୀ ପୋଟରର ଅଭିନେତା ଲେସଲି ଫିଲିପ୍ସ

ଆଉ ନାହାଁନ୍ତି ହ୍ୟାରୀ ପୋଟରର ଅଭିନେତା ଲେସଲି ଫିଲିପ୍ସ । ହ୍ୟାରୀ ପୋଟର ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ବ୍ରିଟିଶ ଅଭିନେତା ଲେସଲି ଫିଲିପ୍ସଙ୍କ ନିଧନ ଘଟିଛି । ଏହି ଖବର ଶୁଣି ତାଙ୍କ ପ୍ରଶଂସକ ମର୍ମାହତ । ସେ ଦୀର୍ଘସମୟ ଧରି ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।
ଗତ ସୋମବାର ଦିନ ରାତିରେ ଲେସଲିଙ୍କ ଦେହାନ୍ତ ହୋଇଥିଲା । ଏଜେଣ୍ଟ ଜୋନାଥନ ଲୟଡ ଲେସଲିଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛନ୍ତି । ଗତ ୧୯୨୪ ମସିହା ଏପ୍ରିଲ ୨୦ ତାରିଖରେ ଲେସଲି ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର କ୍ୟାରିୟରରେ ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । ଫିଲ୍ମ ବ୍ୟତୀତ ସେ ଟିଭି ଓ ରେଡିଓରେ ମଧ୍ୟ ନିଜର ପ୍ରତିଭା ଦେଖାଇଥିଲେ । ସେ ବ୍ରିଟିଶର କିମ୍ବଦନ୍ତୀ ତାରକାଙ୍କ ମଧ୍ୟରେ ଜଣେ ଥିଲେ ।
ହ୍ୟାରି ପୋଟର ସିରିଜର ମୁଖ୍ୟ ଅଭିନେତା ହ୍ୟାରି ପୋଟରଙ୍କ ହିଟ୍ ଆୱାଜ ‘ଦି ସର୍ଟିଂ ହ୍ୟାଟ’ ଲେସଲି ଦେଇଥିଲେ । ହ୍ୟାରି ପୋଟର କାରଣରୁ ଲେସଲି ଯୁବପୀଢ଼ିଙ୍କ ମଧ୍ୟରେ ନିଜର ପରିଚିତି ହାସଲ କରିପାରିଥିଲେ । ହ୍ୟାରି ପୋଟର ବ୍ୟତୀତ ଲେସଲି ‘କ୍ୟାରୀ ଅନ’ ଫିଲ୍ମ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥିଲେ ।