Breaking PLUSଦେଶ ବିଦେଶମୁଖ୍ୟ ଖବର

ଗାଜାରେ ହମାସର ଭାଙ୍ଗିଲା ଅଣ୍ଟା, ଆତ୍ମସମର୍ପଣ ପାଇଁ ବାଧ୍ୟ

ଗାଜା, 15 ଡିସେମ୍ବର – ଗାଜାରେ ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଇସ୍ରାଏଲ ସେନାର ଆକ୍ରମଣରେ ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ହମାସର ଅଣ୍ଟା ଭାଙ୍ଗିଯାଇଛି । ଗାଜାରେ ଯୁଦ୍ଧର 70 ତମ ଦିନରେ ହମାସ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ଏବେ ସୁଦ୍ଧ ହଜାର ହଜାର ଆତଙ୍କବାଦୀ ଆତ୍ମସମର୍ପଣ କରିସାରିଛନ୍ତି । ଇସ୍ରାଏଲ ସେନା ପକ୍ଷରୁ କମଲ ଅଦଭାନ ହସ୍ପିଟାଲ ନିକଟରେ ହୋଇଥିବା ଏନକାଉଣ୍ଟରରେ ହମାସର ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ।
ହମାସର ଆତଙ୍କବାଦୀର ବଡ ଗ୍ରୁପ ସେନା ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ଆଜି ସକାଳେ ମଧ୍ୟ ହମାସର ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ଗାଜାରେ ଇସ୍ରାଏଲ ସେନାର ମଧ୍ୟ ବଡ କ୍ଷତି ହୋଇଛି । କିନ୍ତୁ ଇସ୍ରାଏଲ ସେନାର ଲକ୍ଷ୍ୟ ଅଟଳ ରହିଛି ।

Show More

Related Articles

Back to top button