Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଗାଜାରେ ହମାସକୁ ଘେରିଲା ଇସ୍ରାଏଲ ସେନା

ତେଲଅଭିବ-ପାଲେଷ୍ଟାଇନ ଆତଙ୍କବାଦୀ ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଗାଜାରେ ଯୁଦ୍ଧ ଆଜି 33ଦିନରେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଇସ୍ରାଏଲ ସୁରକ୍ଷାବଳ ଗାଜା ସହରର କେନ୍ଦ୍ରରେ ପହଞ୍ଚିଛନ୍ତି । ଏହାସହ ଇସ୍ରାଏଲ ସେନା ଗାଜା ସହରକୁ ଚାରିପଟୁ ବନ୍ଦ କରିଦେଇଛନ୍ତି । ବାୟୁସେନା ମଧ୍ୟ ନଜର ରଖିଛି । ଏବେ ଆଉ ଜଣେ ବି ଆତଙ୍କବାଦୀ ଗାଜା ସହର ଛାଡି ଯାଇପାରିବ ନାହିଁ । ଏହାରି ମଧ୍ୟରେ ଇସ୍ରାଏଲ ସେନା ରାତିସାରା ଦକ୍ଷିଣ ଇସ୍ରାଏଲର ଖାନ ୟୁନିସରେ ହମାସର ଠିକଣାକୁ ଟାର୍ଗେଟ କରି ଧ୍ୱଂସ କରିଛି ।
ଯୁଦ୍ଧ ଯୋଗୁ ମାସକ ମଧ୍ୟରେ 10,022ଜଣ ଲୋକଙ୍କ ଜୀବନ ଗଲାଣି । 32ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଯୁଦ୍ଧରେ ଇସ୍ରାଏଲର ମଧ୍ୟ କ୍ଷତି ହୋଇଛି । ଏବେ ସୁଦ୍ଧା ଇସ୍ରାଏଲର 1,538ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ 5431ଜଣ ଆହତ ହୋଇଛନ୍ତି । ଗାଜାର ସ୍ଥିତିକୁ ନେଇ ହ୍ୱାଇଟ ହାଉସ ଚିନ୍ତାବ୍ୟକ୍ତ କରିଛି ।

Show More

Related Articles

Back to top button