Breaking PLUSଦେଶମୁଖ୍ୟ ଖବର
ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ଦାୟିତ୍ଵ ଗ୍ରହଣ କଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି)। ଆଇଏଏସ ଜ୍ଞାନେଶ କୁମାର ବୁଧବାର ୨୬ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜ୍ଞାନେଶ କୁମାର ୨୦୨୪ ମସିହା ମାର୍ଚ୍ଚ ମାସରୁ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟରତ ଥିଲେ ଏବଂ ସୋମବାର ତାଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି। ମଙ୍ଗଳବାର ରାଜୀବ କୁମାର ଅବସର ଗ୍ରହଣ କରିବାର ଗୋଟିଏ ଦିନ ପରେ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ ଆୟୋଗର ପ୍ରମୁଖ ଦାୟିତ୍ୱ ଦିଆଯାଇଛି। ୨୦୨୯ ମସିହା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।