ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଦୀପାବଳିରେ ପୁରୀରେ ଗୁଳି କାଣ୍ଡ, ଜଣେ ମୃତ

ପୁରୀ : ଦୀପାବଳିରେ ଅଶାନ୍ତ ହୋଇପଡ଼ିଛି ପୁରୀ ସହର। ଗତକାଲି ଦୀପାବଳିରେ ପୁରୀ ସହରରେ ଘଟିଛି ଗୁଳି କାଣ୍ଡ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଥେଣ୍ଟପୁର ଗାଁ ଭାର୍ଗବୀ ସ୍କୁଲ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶଙ୍କର ବେହେରା। ଆହତ ନିଲୁ ବରାଳକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ  ନିଲୁ ଓ ଶଙ୍କର ଭାର୍ଗବୀ ସ୍କୁଲ ନିକଟରେ ବାଣ ଫୁଟାଉଥିଲେ। ଏହି ସମୟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି  ନିଲୁ ଓ ଶଙ୍କରଙ୍କ ଉପରେ ଗୁଳିମାଡ଼ କରିଥିଲେ। ଗୁଳିଟି ନିଲୁଙ୍କ ଗୋଡ଼ରେ ବାଜିଥିଲା। ଘଟଣାସ୍ଥଳରୁ ସେ ଦୌଡ଼ି ପଳାଇଥିଲେ। ହେଲେ ଶଙ୍କର ଯାଇପାରି ନଥିଲେ। ଗୁଳିଟି ଶଙ୍କରଙ୍କ ପେଟ ଓ ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୃତାରୁ ଏହି ଗୁଳି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରି ନାହିଁ।

Show More

Related Articles

Back to top button