Breaking PLUSଦେଶମୁଖ୍ୟ ଖବରରାଜନୀତି
ବିଦେଶ ଗସ୍ତରେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ, 26 ନଭେମ୍ବର -ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ସକାଳେ ଜାପାନରେ ପହଞ୍ଚିଛନ୍ତି । ଭାଇବ୍ରେଣ୍ଟ ଗୁଜରାଟ ସମିଟ୍ -2024 ପାଇଁ ଶୀର୍ଷ ପ୍ରତିନିଧିମଣ୍ଡଳୀଙ୍କ ସହିତ ସେ 7ଦିନ ପର୍ଯ୍ୟନ୍ତ ବିଦେଶରେ ରହିବେ । ଏହି ସମୟରେ ସେ ସିଙ୍ଗାପୁର ମଧ୍ୟ ଯିବେ । ଗତ ଶନିବାର ଅଯୋଧ୍ୟାରେ ରାମଲାଲଙ୍କ ଦର୍ଶନ ପରେ ଶନିବାର ସନ୍ଧ୍ୟାରେ ମୁମ୍ବାଇରୁ ସେ ଜାପାନ ଯାଇଥିଲେ । ଜାପାନରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଓ ଦୂତାବାସର ଅଧିକାରୀ ତାଙ୍କର ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଭାଇବ୍ରେଣ୍ଟ ଗୁଜରାଟ ସମିଟ୍-2024ର ପ୍ରମୋସନ ପାଇଁ ଜାପାନର ବହୁ ବଡବଡ ଉଦ୍ୟୋଗପତିଙ୍କୁ ଭେଟିବେ । ବିଭିନ୍ନ ପ୍ରାନ୍ତର ଗଭର୍ଣ୍ଣରଙ୍କ ସହିତ ସେ ୱାନ-ଟୁ-ୱାନ ବୈଠକ କରିବେ । ଏହି ସମୟରେ ରୋଡ୍ ସୋ ମଧ୍ୟ ଆୟୋଜିତ ହେବ । ଆସନ୍ତାବର୍ଷ ଜାନୁୟାରୀରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍ ଆୟୋଜନ ହେବ ।