ଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଇଛନ୍ତି ଗୁଜ୍ଜର ନେତା ବିଜୟ ସିଂ ବେଂଶଲା

ଜୟପୁର: ଦେଶବ୍ୟାପୀ ଜାରି ରହିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏଯାଏଁ ରାଜସ୍ଥାନରେ ପହଁଞ୍ଚିନି। ହେଲେ ତା ପୂର୍ବରୁ ସାଂସଦ ତଥା ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି ଗୁଜ୍ଜର ନେତା। ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ରହିଥିବା କଳହ କଥା ମନେ ପକାଇଦେଇଛନ୍ତି ଗୁଜ୍ଜର ନେତା ବିଜୟ ସିଂ ବେଂଶଲା।

ରାହୁଲ ଗାନ୍ଧୀଙ୍କୁ ଗୁଜ୍ଜର ସମୁଦାୟ ନେତା କହିଛନ୍ତି ଯେ, ବର୍ତ୍ତମାନର କଂଗ୍ରେସ ସରକାରକୁ ୪ ବର୍ଷ ପୂରା ହୋଇସାରିଛି। ଆଉ ମାତ୍ର ଗୋଟିଏ ବର୍ଷ ରହିଛି। ଏବେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ। ଯଦି ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ତେବେ ଆପଣଙ୍କୁ ରାଜସ୍ଥାନକୁ ସ୍ୱାଗତ। ନଚେତ୍ ଆପଣଙ୍କୁ ବିରୋଧର ସାମ୍ନା କରିବାକୁ ପଡିବ।

ଗତ ସେପଟେମ୍ବରରେ ଦଳ ବିରୋଧରେ ବିଦ୍ରୋହ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସମର୍ଥନ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ହାଇକମାଣ୍ଡକୁ ଅପିଲ କରିସାରିଛନ୍ତି ସଚିନ ପାଇଲଟ୍। ଏବେ ସାମ୍ନାକୁ ଆସିଛି ଗୁଜ୍ଜର ସମୁଦାୟଙ୍କ ବିରୋଧର ଧମକ। ଏବେ ଅପେକ୍ଷା ରାଜସ୍ଥାନ ଗସ୍ତ ପୂର୍ବରୁ କଣ ନିଷ୍ପତି ନେଉଛନ୍ତି ରାହୁଲ ଗାନ୍ଧୀ।

Show More

Related Articles

Back to top button