Breaking PLUSଦେଶ ବିଦେଶମୁଖ୍ୟ ଖବର

ଗୁଜୁରାଟର ଭଦୋଦରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 11 ମୃତ 19 ଗୁରୁତର ଆହାତ

ବୁଧବାର ସକାଳେ ଗୁଜୁରାଟର ଭଦୋଦରାସ୍ଥିତ ୱାଗୋଡିଆ କ୍ରସିଂ ରାଜପଥରେ ଟେମ୍ପୋ ଏବଂ ଡମ୍ପର ଧକ୍କାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 19 ଜଣ ଗୁରୁତର ଆହତ ହୋଇଛନ୍ତି ।

ବୁଧବାର ସକାଳେ ଗୁଜୁରାଟର ଭଦୋଦରାସ୍ଥିତ ୱାଗୋଡିଆ କ୍ରସିଂ ରାଜପଥରେ ଟେମ୍ପୋ ଏବଂ ଡମ୍ପର ଧକ୍କାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 19 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଆହାତମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁରଟରୁ ପାଭଗଡ ରାସ୍ତାରେ ଟେମ୍ପୋ ଏବଂ ଡମ୍ପର ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଅତି କମରେ 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 19 ଜଣ ଆହତ ହୋଇଛନ୍ତି। କାପୁରୀରୁ ଅହମ୍ମଦାବାଦ ମଧ୍ୟରେ ଥିବା ୱାଗୋଡିଆ କ୍ରସିଂ ରାଜପଥରେ ସକାଳ 3 ଟାରେ ଏକ ଡମ୍ପର ଏବଂ ଏକ ଇସର ଟେମ୍ପୋ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି | ଏହି ସମସ୍ତ ଲୋକ ପାଭଗଡ ସ୍ଥିତ ଏକ ମନ୍ଦିରକୁ ଦର୍ଶନ କରିବା ନିମନ୍ତେ ଯାଉଥିଲେ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ପାଞ୍ଚ ଜଣ ମହିଳା, ତିନି ଜଣ ପୁରୁଷ ରହଛନ୍ତି । ଘଟଣାର ଗମ୍ଭୀରତାକୁ ଦେଖି ଅତିରିକ୍ତ ସିପି କଲେକ୍ଟର, ସିଡିଏମ ଏବଂ ଏସଏସଜି ହସ୍ପିଟାଲର ମେଡିକାଲ ଅଧୀକ୍ଷକ ରଂଜନ ଆୟର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଦୋଦରର ଜିଲ୍ଲା କଲେକ୍ଟର ଶାଲିନୀ ଅଗ୍ରୱାଲ ମଧ୍ୟ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ସେ କହିଛନ୍ତି ଯେ ସୁରଟରୁ ପାଭଗଡକୁ ଯାଉଥିବା ଏକ ଟ୍ରକ ଆଜି ସକାଳେ ଭଦୋଦରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମସ୍ତ ଲୋକଙ୍କୁ ଏସଏସଜି ଡାକ୍ତରଖାନାକୁ ପଠାଯାଇଛି। ଆହତମାନଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି।

Show More

Related Articles

Back to top button