ଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଗୁଜରାଟ ଝୁଲା ପୋଲ ଦୁର୍ଘଟଣା: ନଦୀ ଭିତରେ ଏବେବି ଅନେକ ନିଖୋଜ

ଅହମ୍ମଦାବାଦ: ଗୁଜରାଟର ମୋର୍ବି ସ୍ଥିତ ଝୁଲା ପୋଲ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଦିର୍ଘଟଣାରେ ଅତି କମ୍‌ରେ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମଚ୍ଛୁ ନଦୀ ଭିତରେ ଏବେବି ଅନେକ ନିଖୋଜ ଥିବା କୁହାଯାଉଛି। ଦୁର୍ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ନଦୀ ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆହୁରି ଅନେକ ଲୋକ ଏବେ ବି ନଦୀ ଭିତରେ ନିଖୋଜ ଥାଇପାରନ୍ତି। ଏପର୍ଯ୍ୟନ୍ତ କୌଣସି ପ୍ରକୃତ ଆକଳନ କରାଯାଇ ନାହିଁ। ଅନେକ ଲୋକ ସେମାନଙ୍କ ସମ୍ପର୍କୀୟ ନିଖୋଜ ଥିବା କହୁଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍କୁବା ଡାଇଭରମାନେ ନଦୀ ଭିତରେ କୌଣସି ଇଲେକ୍‌ଟ୍ରିଆନିକ ଉପକରଣକୁ ଟ୍ରାକ୍ କରିବା ପାଇଁ ଟେକ୍ନୋଲଜୀ ବ୍ୟବହାର କରୁଛନ୍ତି। ସୁଚନାଯୋଗ୍ୟ, ଏହି ଝୁଲା ପୋଲକୁ ମରାମତି କରିବାର ମାତ୍ର ୪ ଦିନ ପରେ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ଏହି ଦୁର୍ଘଟଣା ପରେ ଅନେକ ଅଧିକାରୀଙ୍କ ଅବହେଳାକୁ ନେଇ ପ୍ରଶ୍ନ ଉଠିଛି। ପୋଲ ମରାମତି ତଥା ରକ୍ଷଣାବେକ୍ଷଣ କରୁଥିବା ଓରେଭା କମ୍ପାନୀ କିନ୍ତୁ ଦୁର୍ଘଟଣା ପଛର ସମସ୍ତ ଦୋଷ ଭଗବାନଙ୍କ ଉପରେ ଲଦି ଦେଇଛନ୍ତି। ଆଜି କୋର୍ଟର କମ୍ପାନୀର ମ୍ୟାନେଜର ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି। ଭଗବାନଙ୍କ କୃପା ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୋର୍ଟଙ୍କୁ କହିଛନ୍ତି କମ୍ପାନୀ ମ୍ୟାନେଜର। ଏହି ପୋଲ ଦୁର୍ଘଟଣା ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁଲିସ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି।

Show More

Related Articles

Back to top button