ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜୁରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଭୋଟ ଗଣତି ଆରମ୍ଭ, କାହାର ହେବ ବିଜୟ

ନୂଆଦିଲ୍ଲୀ: ଆଜି ଆସିବ ଗୁଜରାଟ ଓ ହିମାଚଳ ରାୟ । ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟରେ ୧୮୨ଟି ବିଧାନସଭା ଆସନ ପାଇଁ ୩୭ଟି ଗଣତି କେନ୍ଦ୍ର କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣା ସରିବା ପରେ ଇଭିଏମ ଗଣତି ହେବ। ସେହିପରି ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନ ପାଇଁ ଗତ ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା । ଏଠାରେ ମଧ୍ୟ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଏଠାରେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଗଣତି ପାଇଁ ଉଭୟ ରାଜ୍ୟରେ ଭୋଟ୍ ଗଣତି କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୁଜରାଟରେ ବିଜେପି ଏକ ନୂତନ ରେକର୍ଡ ସ୍ଥାପନ ଲକ୍ଷ୍ୟରେ ରହିଛି।

ଗୁଜରାଟରେ ଲଗାତାର ୬ ପାଳି ଧରି ଶାସନ କ୍ଷମତାକୁ ନିଜ କବ୍ଜାରେ ରଖିଥିବା ବିଜେପି ପୁଣି ଥରେ ସୁଇପ୍ କରିବା ମୋଡ୍‌ରେ ରହିଛି। ସେହିପରି ହିମାଚଳପ୍ରଦେଶରେ କ୍ଷମତା ବିରୋଧୀ ସ୍ୱର ଥିବାରୁ ଫଳ ବିଜେପି ବିପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ଏକଜିଟ୍ ପୋଲରେ ଗୁଜରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟରେ ବିଜେପି ସୁଇପ୍ କରିବାର ପୂର୍ବାନୁମାନ କରାଯାଇଛି।

ଯଦି ଏକଜିଟ୍‌ ପୁଲ ଆକଳନ ସତ ହୁଏ ତେବେ ବିଜେପି ଏଠାରେ ୧୮୨ ଆସନରୁ ୧୨୯ରୁ ୧୫୧ ମଧ୍ୟରେ ସଂଖ୍ୟା ହାସଲ କରିବା ନେଇ ଆକଳନ କରାଯାଉଛି। ୨୦୦୨ ନିର୍ବାଚନରେ ଗୁଜରାଟରେ ବିଜେପି ସର୍ବାଧିକ ଆସନ ୧୨୭ଟି ଜିତିଥିଲା। ଅନ୍ୟପଟେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ କ୍ଷମତାରେ ଥିବା ବିଜେପି ସରକାରଙ୍କୁ ନିରାଶ ହେବାକୁ ପଡ଼ିପାରେ। ଏକଜିଟ୍‌ ପୋଲ ଅନୁଯାୟୀ ଏଠାରେ ବିଜେପି ହାତରୁ କ୍ଷମତା ଛଡ଼ାଇ ନେଇ ପାରେ କଂଗ୍ରେସ ।

Show More

Related Articles

Back to top button