ଓଡ଼ିଶାପାଣିପାଗସ୍ୱତନ୍ତ୍ର

ଲଗାଣ ବର୍ଷାରେ ଜଳମଗ୍ନ ଗୁଇଗୁରୁ ପୋଲ,ଓଡିଶା ଓ ଆନ୍ଦ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଆନ୍ଧ୍ର ସୀମାବର୍ତ୍ତୀ କୁଇଗୁରୁ ପୋଲ ସଂପୂର୍ଣ୍ଣ ଜଳଗମ୍ନ ହୋଇଯାଇଛି । ଯୋଗାଯୋଗରେ ବାଧା ସୃଷ୍ଟି ହୋଇଥିବାବେଳେ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଅନ୍ୟପଟେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତ ଦୁର୍ବଳ ହେବାର ସମ୍ଭାବନା ରହିଥିବାବେଳେ ପୁଣି ୧୭ ତାରିଖରେ ଆଉ ଏକ ଲଢୁଚାପ ସମ୍ଭାବନା ରହିଛି ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଦେଇଥିବା ସୂଚନା ଅନୁଯାୟୀ,ଆସନ୍ତାକାଲି ଯାଏଁ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ସେହିପରି ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ।

Show More

Related Articles

Back to top button