ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଜିଏସ୍‌ଟି ଛାଟ: ପ୍ରି-ପ୍ୟାକଡ୍ ମାଂସ, ମାଛ, କଦଳୀ, ପନିର ହେବ ମହଙ୍ଗା

ଆଗକୁ ଶସ୍ତା ହୋଟେଲରେ ରହିବା କଷ୍ଟକର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ଦୁଇ ଦିନିଆ ବୈଠକରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପକେଟ ଉପରେ ପଡିବାକୁ ଯାଉଛି । କେତେକ ଜିନିଷ ଉପରେ ଟିକସ ଲଗାଇ ବୃଦ୍ଧି ପାଇଥିବାବେଳେ କେତେକ କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି । ତେବେ ରାଜ୍ୟମାନଙ୍କୁ କ୍ଷତିପୂରଣ ଏବଂ ଅନଲାଇନ୍ ଗେମିଂ ଭଳି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇନି । ବୈଠକରେ ଅନେକ ଜିନିଷରେ ଦାମ୍ ବଢାଯାଇଛି । ଯେଉଁଥିରେ ବ୍ରାଣ୍ଡେଡ୍ ପ୍ରି-ପ୍ୟାକେଜ୍ ଏବଂ ଲେବଲ୍ ଅଟା ସହ ଚାଉଳ ଅନ୍ତର୍ଭୁକ୍ତ ରହିଛି । ବ୍ରାଣ୍ଡେଡ୍ ଜିନିଷ ନହୋଇ ଥିଲେ ବି ୫ ପ୍ରତିଶତ ଟିକସ ଦେବାକୁ ପଡିବ । ଏହା ବ୍ୟତୀତ ମାଂସ, ମାଛ, କଦଳୀ, ପନିର୍ ଏବଂ ମହୁ ପରି ପ୍ରି-ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ଖାଦ୍ୟ ସାମଗ୍ରୀକୁ ମଧ୍ୟ ସମାନ ହାରରେ ଟିକସ ଦେବାକୁ ପଡିବ ।

ଏହି ସମସ୍ତ ଖାଦ୍ୟ ସାମଗ୍ରୀ ବର୍ତ୍ତମାନ ମହଙ୍ଗା ହେବାକୁ ଯାଉଛି । ଏହା ବ୍ୟତୀତ କଦଳୀ, ବିଦେଶୀ ପନିପରିବା, ଅଣସଂରକ୍ଷିତ କଫି ବିନ୍, ପ୍ରକ୍ରିୟାକୃତ ଗ୍ରୀନ୍ ଟି, ଗହମ କଞ୍ଚା ଏବଂ ରାଇସ ବ୍ରାନ୍ ମଧ୍ୟ ଏହି ଛାଡରୁ ବଞ୍ଚିତ ହୋଇଛି । ଏହ ସବୁ ନୂଆ ଦର ଜୁଲାଇ ୧୮ରୁ ଲାଗୁ ହେବ । ଏହି ବୈଠକରେ ସୋଲାର ହିଟର, ପ୍ରସ୍ତୁତ ଚମଡା ଉପରେ ଟିକସ ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଲଇଡି ଲ୍ୟାମ୍ପ, ଇଙ୍କ, ଛୁରୀ, ବ୍ଲେଡ, ବୈଦ୍ୟୁତିକ ପମ୍ପ, ଦୁଗ୍ଧ ଯନ୍ତ୍ରପାତି ୧୨ ପ୍ରତିଶତରୁ ହଟାଇ ୧୮ ପ୍ରତିଶତ ରଖାଯାଇଛି । ଏହା ବ୍ୟତୀତ ଶସ୍ୟ ମିଲିଂ ଯନ୍ତ୍ରପାତି ଉପରେ ଟିକସକୁ ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button