Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଦୁଇ ଗୁରୁତର

ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା-ବିଚାକୁଣ୍ଡି ରାସ୍ତାରେ ଥିବା ଡି.ପି. ସିଂହ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣାକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି। ଦୁର୍ଘଟଣା ପରେ ଜଣେ ଅଟୋ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କ ମାଡ଼ରେ ପରିବହନ ସଂସ୍ଥାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା-ବିଚାକୁଣ୍ଡି ରାସ୍ତାରେ ଥିବା ଡି.ପି. ସିଂହ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣାକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି। ଦୁର୍ଘଟଣା ପରେ ଜଣେ ଅଟୋ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କ ମାଡ଼ରେ ପରିବହନ ସଂସ୍ଥାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଜନପୁର ଜିଲ୍ଲା କଟଲ ଥାନା ଅଞ୍ଚଳର ଦିବ୍ୟାସ ସିଂ (୩୦)। ସେହିପରି ଗୁରୁତରମାନେ ହେଲେ ରବିକିରଣ ସିଂହ ଓ ଦିଲୀପ ସିଂହ। ଉଭୟଙ୍କୁ ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ବେଳେ କମାରଯୋଡ଼ା-ବିଚାକୁଣ୍ଡି ରାସ୍ତାରେ ପରିବହନ ସଂସ୍ଥାର ଏକ ବୋଲେରୋ (ଓଡି-୦୫-ଜେ-୫୫୮୬) ଗାଡ଼ିକୁ ପଛକୁ ନେଉଥିବା ବେଳେ ବିଚାକୁଣ୍ଡି ଆଡ଼କୁ ଯାଉଥିବା ଏକ ଅଟୋ (ଓଡି-୦୯-ଜି-୬୪୬୨) ସହ ଧକ୍କା ହୋଇଥିଲା। ଏହାକୁ କେନ୍ଦ୍ରକରି ବୋଲେରୋ ଓ ଅଟୋ ଡ୍ରାଇଭର ମଧ୍ୟରେ ପ୍ରବଳ ବଚସା ହୋଇଥିଲା। କିଛି ସମୟ ପରେ ଅଟୋ ଡ୍ରାଇଭର ୪ଜଣ ସହଯୋଗୀଙ୍କ ସହ ଡି.ପି. ସିଂହ ପରିବହନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଦିଲୀପ, ରବି ଓ ଦିବ୍ୟାସଙ୍କୁ ଲୁହାରଡରେ ନିସ୍ତୁକ ପିଟିଥିଲେ। ଘଟଣାସ୍ଥଳରେ ଦିବ୍ୟାସଙ୍କ ମୃତ୍ୟୁ ଘଟିଥିଲେ। ରବି ଓ ଦିଲୀପ ଗୁରୁତର ହୋଇଥିଲେ। ଉଭୟଙ୍କୁ ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ବେହେରା ଓ ଯୋଡ଼ା ଥାନା ଅଧିକାରୀ ରାଇସେନ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଯୋଡ଼ା ଥାନାରେ କେସ୍‌ ନମ୍ବର ୩୦/୨୦୨୧ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ପରବହନ ସଂସ୍ଥାର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି। ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ସଂପର୍କରେ ପୁଲିସ କୌଣସି ସୂଚନା ଦେଉନି।

Tags
Show More

Related Articles

Back to top button
Close