Breaking PLUSଓଡ଼ିଶାମୁଖ୍ୟ ଖବର

ପଟିଆର ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର- ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର । ବୋମା ଓ ପଥର ମାଡରେ ଗୋଟିଏ ପରିବାରର ଦୁଇଜଣ ଗୁରୁତର । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି

ସୁଧ କାରବାରକୁ ନେଇ ଏକ ଘର ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ୨ଜଣ ଗୁରୁତର ହୋଇଥିଲେ । ଉଭୟେ ହେଲେ ଶଶୁର ଓ ବୋହୂ । ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗାଁରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି । ସୁଧ ଟଙ୍କା ଆଦାୟକୁ ନେଇ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।

Show More

Related Articles

Back to top button