
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହେବାକୁ ଯାଉଛି ‘ଗ୍ରୀନ ବେଞ୍ଚ’। ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ସାମ୍ବିଧାନିକ ଖଣ୍ଡପୀଠ ‘ଗ୍ରୀନ ବେଞ୍ଚ ’ ହେବାକୁ ଯାଉଛି। ସେ ଓକିଲମାନଙ୍କୁ କୌଣସି କାଗଜପତ୍ର କିମ୍ବା ଭୌତିକ ଦଲିଲ୍ ଦାଖଲ ନ କରିବାକୁ କୁହାଯାଇଛି। ପରବର୍ତ୍ତୀ ଶୁଣାଣିରେ କାଗଜ ନ ଆଣି ଆସିବାକୁ ନିବେଦନ କରିଛନ୍ତି। ସେ ଯୁକ୍ତି ପାଇଁ ଜ୍ଞାନକୌଶଳର ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି। ତେବେ ଜଣେ ଓକିଲ ଏଥିରେ ସମସ୍ୟା ହେବ ବୋଲି କହିଥିଲେ। ଏହାର ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ ଯେ ସୁପ୍ରିମକୋର୍ଟ ଯଦି ଆପଣ କୋର୍ଟରେ ଯୁକ୍ତି କରିପାରୁଛନ୍ତି ତେବେ ଏହାକୁ ମଧ୍ୟ ସହଜରେ ଆପଣାଇ ପାରିବେ। ରେଜିଷ୍ଟ୍ରା ଏବଂ ଆଇଟି ସେଲ୍ର ଅଧିକାରୀମାନେ ଜ୍ଞାନକୌଶଳରେ ପାରଦର୍ଶିତା ଲାଭ କରିଛନ୍ତି। ସେମାନେ ଏ ନେଇ ଓକିଲମାନଙ୍କୁ ପ୍ରଶିକ୍ଷଣ ଦେବେ। ଶନିବାର ଜ୍ଞାନକୌଶଳ ମାଧ୍ୟମରେ କେମିତି ଯୁକ୍ତି କରାଯାଏ, ତାହା ଶିଖାଇବେ। ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ୍ ନରସିଂହାଙ୍କ ଖଣ୍ଡପୀଠ ବୁଧବାର ରାଷ୍ଟ୍ରୀୟ ରାଜଧାନୀରେ ପ୍ରଶାସନିକ ସେବାର ନିୟନ୍ତ୍ରଣକୁ ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ବିବାଦର ଶୁଣାଣି କରି ଏହା କହିଥିଲେ। ଶୁଣାଣିକୁ କାଗଜ ବିହୀନ କରିବା ପାଇଁ ଖଣ୍ଡପୀଠ ଏବଂ ଅନ୍ୟ ପକ୍ଷକାରଙ୍କୁ ସ୍କାନ କପି ଦେବାକୁ ରେଜିଷ୍ଟ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।