Breaking PLUSଓଡ଼ିଶାମୁଖ୍ୟ ଖବର
ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର- ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ । ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ନକ୍ସଲ ପ୍ରଭାବିତ ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ ‘ଗ୍ରାମୋଦୟ’ । ସବୁ ବିଭାଗ ଏକାଭିମୁଖୀ ହୋଇ ଯୋଜନା କାର୍ଯ୍ୟକାରୀ କରିବେ । ‘ଗ୍ରାମୋଦୟ’କୁ ଅନୁଧ୍ୟାନ ପାଇଁ ପର୍ଯ୍ୟବେକ୍ଷଣ କମିଟି ରହିବ । ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ରହିବ ପର୍ଯ୍ୟବେକ୍ଷଣ କମିଟି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି । ‘ଗ୍ରାମୋଦୟ’ କାର୍ଯ୍ୟକାରୀ ପାଇଁ ଜନସଂପର୍କ ଶିବିର, ଗ୍ରାମସଭା ବ୍ୟବସ୍ଥା କରାଯାଇଛି ।