Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କ୍ରିପ୍ଟୋ ଠକେଇ, ସଫେଇ ରଖିଲେ ଗୋବିନ୍ଦା

ମୁମ୍ବାଇ: ଅନଲାଇନରେ ଏକ ହଜାର କୋଟି ଟଙ୍କା ଠକେଇରେ ଗୋବିନ୍ଦଙ୍କ ନାମ ସାମ୍ନାକୁ ଆସିବା ପରେ ସଫେଇ ଦେଇଛନ୍ତି ଏହି ଫିଲ୍ମ ଅଭିନେତା । ଗୋବିନ୍ଦାଙ୍କ ମ୍ୟାନେଜର ଏହାକୁ ବିଭ୍ରାନ୍ତକାରୀ ବୋଲି କହିଛନ୍ତି ।

ଓଡିଶା ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀଙ୍କ ସୂଚନା ମୁତାବକ ଏହି ଠକେଇ ମାମଲାରେ ଗୋବିନ୍ଦାଙ୍କୁ ପଚରାଉଚରା କରାଯିବ ।

ଏଠାରେ ସୂଚନାଯୋଗ୍ୟ, ସୋଲର ଟେକ୍ନୋ ଆଲାଏନ୍ସ ପକ୍ଷରୁ କ୍ରିପ୍ଟୋ ନିବେଶ ନାମରେ ବେଆଇନ ଭାବେ ଅନଲାଇନରେ ଏହି ଘୋଟାଲା କରାଯାଉଥିଲା । ଅଧିକାରୀଙ୍କ ସୂଚନା ମୁତାବକ, ଏଥିରେ ଗୋବିନ୍ଦାଙ୍କ ସମ୍ପୃକ୍ତି ଥିବା ନେଇ ସାମ୍ନାକୁ ଆସିଛି । ଏହି ମାମଲାରେ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି, ଏହି ରିପୋର୍ଟ ସତ୍ୟ ନୁହେଁ ଏବଂ ଗୋବିନ୍ଦାଙ୍କର ଏଥିରେ କୌଣସି ନେଣଦେଶ ନାହିଁ । ଏହା ଏକ ବିଭ୍ରାନ୍ତିକର ଖବର । ସିହ୍ନା କହିଛନ୍ତି ଯେ, ଗୋବିନ୍ଦା ଏକ ଏଜେନ୍ସି ଜରିଆରେ ଏକ ଇଭେଣ୍ଟରେ ଯାଇଥିଲେ । ତାଙ୍କର ସେହି ବ୍ୟବସାୟ କିମ୍ବା ବ୍ରାଣ୍ଡିଂରେ କୌଣସି ସମ୍ପୃକ୍ତି ନାହିଁ ।

ଅନ୍ୟପଟେ ଇଓଡବ୍ଲୁର ମହାନିର୍ଦ୍ଦେଶକଙ୍କ ସୂଚନା ମୁତାବକ ଗୋବିନ୍ଦା ଏହି ଘଟଣାର ସନ୍ଦିଗ୍ଧ ଅପରାଧୀ ନୁହନ୍ତି । ତେବେ ତଦନ୍ତ ପରେ ତାଙ୍କ ଭୂମିକା ସ୍ପଷ୍ଟ ହୋଇଯିବ ।

Show More

Related Articles

Back to top button