Breaking PLUSଓଡ଼ିଶାମୁଖ୍ୟ ଖବର

ନବ ଦାସ ହତ୍ୟା ମାମଲାରେ ଶୀଘ୍ର ନିଷ୍ପତି ନେବେ ସରକାର- ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟା କ’ଣ ହେବ ତାହା ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ପୂର୍ବ ସରକାରରେ ଭୟର ବାତାବରଣ ଥିବାରୁ ଲୋକେ ମୁହଁ ଖୋଲୁନଥିଲେ। ଏପରିକି ନବଙ୍କ ପରିବାର ଲୋକେ ମୁହଁ ଖୋଲିବାକୁ ସାହସ କରୁନଥିଲେ। ସେ ଭୟ ଦୂର ହୋଇଛି, ତେଣୁ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଆଉ ସେହି ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ। ହତ୍ୟାକାଣ୍ଡ କାହିଁକି ହେଲା, କିଏ କଲା ଓ ଷଡ଼ଯନ୍ତ୍ରରେ କିଏ ଭାଗିଦାର ଜଣାପଡ଼ିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।

Show More

Related Articles

Back to top button