Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠାରୁ ଖୋଲିବ ଗୋପାଳପୁର ବତୀଘର

ପର୍ଯ୍ୟଟକଙ୍କ ନିମନ୍ତେ ଆଜିଠାରୁ ଖୋଲିବ ଗୋପାଳପୁର ବତୀଘର। ଭାରତ ସରକାରଙ୍କ ବନ୍ଦର ନୌ ପରିବହନ ଏବଂ ବତି ଜାହାଜ ନିର୍ଦେଶାଳୟ କଲିକତା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଗୋପାଳପୁର ବତୀଘରକୁ ଚିଠି ହୋଇଥିବା ନେଇ ଏସ. କେ. ପାଢ଼ୀ ସୂଚନା ଦେଇଛନ୍ତି । ସନ୍ଧ୍ୟା ୪ ଟାରୁ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବତୀଘର ଉପରକୁ ଯାଇପାରିବେ । ଏଠାକୁ ଯିବାକୁ ବୟସ୍କ ଲୋକଙ୍କ ପାଇଁ ୧୦ ଟଙ୍କା ଟିକଟ ରହିଥିବା ବେଳେ ୧୨ ବର୍ଷରୁ କମ ପିଲାଙ୍କ ପାଇଁ ୩ ଟଙ୍କା ଓ ବିଦେଶୀ ପର୍ଯ୍ୟଟକ ପାଇଁ ୨୫ ଟଙ୍କା, ଫୋଟଗ୍ରାଫି ପାଇଁ ୨୦ ଟଙ୍କା, ଭିଡିଓ ଗ୍ରାଫି ପାଇଁ ୨୫ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି। ତାସହ ଉପରକୁ ଯିବା ପାଇଁ ବିଭିନ୍ନ ନିୟମାବଳୀ ମଧ୍ୟ ରହିଛି।