ଓଡ଼ିଶାରାଜନୀତି

ପଦ୍ମପୁରରେ ବିଜେଡିର ଭଲ ପ୍ରଦର୍ଶନ,ପ୍ରଥମରୁ ପଞ୍ଚମ ରାଉଣ୍ଡ ପର୍ଯ୍ୟନ୍ତ ଆଗରେ ରହିଛି ବିଜେଡି

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ । କିଏ ମାରିବ ବାଜିମାତ୍ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପ୍ରକ୍ରିୟା । ତେବେ ପଦ୍ମପୁରରେ ବିଜେଡିର ଭଲ ପ୍ରଦର୍ଶନ ଜାରି ରହିଛି । ପ୍ରଥମରୁ ପଞ୍ଚମ ରାଉଣ୍ଡ ପର୍ଯ୍ୟନ୍ତ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ।

-ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୭୧୨ ଭୋଟରେ ଆଗୁଆ

-ଦ୍ୱିତୀୟ ରାଉଣ୍ଡରେ ୧୯୦୭

-୩ୟ ରାଉଣ୍ଡରେ ୨୧୪୭

-୪ର୍ଥ ରାଉଣ୍ଡରେ ୨୪୧୨

– ୫ମ ରାଉଣ୍ଡରେ ୨୦୪ ଖଣ୍ଡ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ।

ସୂଚନାଯୋଗ୍ୟ ଯେ,  ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ । ଗୋଟିଏ ଟେବୁଲ ପାଇଁ ୩ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି । ଜଣେ ଲେଖାଏଁ ଗଣତି ପର୍ଯ୍ୟବେକ୍ଷକ, ଗଣତି ସହକାରୀ ଏବଂ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି । କ୍ରମାନ୍ବୟ ଭାବେ ଟେବୁଲ ଗୁଡିକରେ ଭୋଟ ଗଣତି କରାଯିବ।ଗଣତି ସମୟରେ କୌଣସି ବୈଷୟିକ ତ୍ରୁଟି ଦେଖାଦେଲେ ଏହାର ସମାଧାନ କରିବା ପାଇଁ ଇଞ୍ଜିନିୟରଙ୍କୁ ନିୟୋଜିତ କରାଯାଇଛି ।

Show More

Related Articles

Back to top button