Breaking PLUSମୁଖ୍ୟ ଖବର
ଜୁଲାଇ ପହିଲାରୁ ବଢିପାରେ ସରକାରୀ ଚାକିରୀଆଙ୍କ ମହଙ୍ଗା ଭତ୍ତା

ସରକାରୀ ଚାକିରିଆଙ୍କ ପାଇଁ ଖୁବଶୀଘ୍ର ଆସିପାରେ ଖୁସିଖବର । କେନ୍ଦ୍ର ସରକାର ପୁଣିଥରେ ବଢାଇ ପାରନ୍ତି ସରକାରୀ ଚାକିରିଆଙ୍କ ମହଙ୍ଗା ଭତ୍ତା । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜୁଲାଇ ପହିଲାରୁ ଏହି ମହଙ୍ଗା ଭତ୍ତା ବଢିପାରେ । ଯାହାର ଲାଭ ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ପାଇପାରିବେ । ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ସରକାର ଏହି ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ଆହୁରି ବଢାଇପାରନ୍ତି । ଏପରି ହେଲେ ବର୍ତ୍ତମାନ ମିଳୁଥିବା ମହଙ୍ଗା ଭତ୍ତା ୩୪ରୁ ବଢି ୩୮ ପ୍ରତିଶତ ହେବ । ତେବେ ଦେଶରେ ବଢୁଥିବା ଦରଦାମ ବୃଦ୍ଧି ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ୨୦୧୭ ମସିହା ଜୁନ୍ ମାସରୁ ୭ମ ବେତନ ଆୟୋଗ ଅନୁସାରେ ଦରମା ମିଳୁଛି । ଏପରି ସ୍ଥିତିରେ ଯଦି ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୁଏ, ତେବେ ସରକାରୀ ଚାକିରିଆଙ୍କ ଦରମା ବଢିବା ନିଶ୍ଚୟ ।