Breaking PLUSଓଡ଼ିଶାମୁଖ୍ୟ ଖବର
୫ ବର୍ଷରେ ୩୬ ଜଣ ସୁନା ବ୍ୟବସାୟୀ ଓଜନ ମାପ ଠକେଇରେ ଧରାପଡିଛନ୍ତି

ଭୁବନେଶ୍ୱର, 19 ଫେବୃୟାରୀ – ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରାପଡିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି । ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବା ପରେ ୭ ଜଣଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି ।