Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି ମହାମାରୀ କରୋନା ଆତଙ୍କ, ୧୬କୋଟି ୫୫ଲକ୍ଷରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୬୧ହଜାର ୮୯୯ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୨୮୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୫୫ଲକ୍ଷ ୩୫ହଜାର ୧୨୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ଲକ୍ଷ ୩୦ହଜାର ୯୮୮ଜଣକୁ ବୃଦ୍ଧି ପାଇଛି ।

ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୬୧ହଜାର ୮୯୯ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୨୮୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୫୫ଲକ୍ଷ ୩୫ହଜାର ୧୨୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ଲକ୍ଷ ୩୦ହଜାର ୯୮୮ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୫୭ଲକ୍ଷ ୮୮ହଜାର ୫୧୬ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୩ଲକ୍ଷ ୧୫ହଜାର ୬୨୪ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୩୭ଲକ୍ଷ ୯୯ହଜାର ୭୭୧ ସଂକ୍ରମିତ ଓ ୬ଲକ୍ଷ ୧ହଜାର ୯୨୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୮ଲକ୍ଷ ୧୫ ହଜାର ୧୯୧ସଂକ୍ରମିତ ଓ ୪ଲକ୍ଷ ୪୧ହଜାର ୮୬୪ମୃତ, ଫ୍ରାନ୍ସରେ ୫୯ ଲକ୍ଷ ୧୭ ହଜାର ୩୯୭ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୧୮୧ ମୃତ, ତୁର୍କୀରେ ୫୧ ଲକ୍ଷ ୫୧ ହଜାର ୩୮ ସଂକ୍ରମିତ ଓ ୪୫ ହଜାର ୪୧୯ ମୃତ, ଋଷିଆରେ ୪୯ ଲକ୍ଷ ୬୫ ହଜାର ୬୭୬ ସଂକ୍ରମିତ ଓ ୧ଲକ୍ଷ ୧୬ ହଜାର ୯୬୫ ମୃତ, ୟୁକେରେ ୪୪ ଲକ୍ଷ ୫୨ ହଜାର ୫୨୭ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୯୪ ମୃତ, ଇଟାଲିରେ ୪୧ ଲକ୍ଷ ୭୨ ହଜାର ୫୨୫ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୬୪୬ମୃତ, ଜର୍ମାନୀରେ ୩୬ ଲକ୍ଷ ୨୭ ହଜାର ୭୭୭ ସଂକ୍ରମିତ ଓ ୮୭ ହଜାର ୪୦୫ମୃତ, ସ୍ପେନରେ ୩୬ ଲକ୍ଷ ୨୫ ହଜାର ୯୨୮ ସଂକ୍ରମିତ ଓ ୭୯ ହଜାର ୫୬୮ ମୃତ, ଆର୍ଜେଣ୍ଟିନାରେ ୩୪ ଲକ୍ଷ ୧୧ ହଜାର ୧୬୦ ସଂକ୍ରମିତ ଓ ୭୨ ହଜାର ୨୬୫ ମୃତ ରହିଛନ୍ତି ।

Show More

Related Articles

Back to top button