Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୯କୋଟି ୪୯ଲକ୍ଷ ୨୧ହଜାର ୪୩୫ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ରବିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ଲକ୍ଷ ୨୯ହଜାର ୬୨୩ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯କୋଟି ୪୯ଲକ୍ଷ ୨୧ହଜାର ୪୩୫କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୬କୋଟି ୭୭ଲକ୍ଷ ୫୭ହଜାର ୮୭୧ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୫୧ଲକ୍ଷ ୩୩ହଜାର ୯୪୧ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୪୩ଲକ୍ଷ ୨ହଜାର ୩୨୦ଜଣ ସଂକ୍ରମିତ ଓ ୪ଲକ୍ଷ ୫ହଜାର ୨୪୫ଜଣ ମୃତ ଥିବାବେଳେ
ଭାରତରେ ୧କୋଟି ୫ଲକ୍ଷ ୪୨ହଜାର ୮୪୧ସଂକ୍ରମିତ ଓ ୧ଲକ୍ଷ ୫୨ହଜାର ୯୩ମୃତ, ବ୍ରାଜିଲରେ ୮୪ ଲକ୍ଷ ୫୬ ହଜାର ୭୦୫ ସଂକ୍ରମିତ ଓ ୨ ଲକ୍ଷ ୯ ହଜାର ୩୫୦ ମୃତ, ଋଷିଆରେ ୩୫ ଲକ୍ଷ ୪୪ ହଜାର ୬୨୩ ସଂକ୍ରମିତ ଓ ୬୫ ହଜାର ୮୫ ମୃତ, ୟୁକେରେ ୩୩ ଲକ୍ଷ ୫୭ ହଜାର ୩୬୧ ସଂକ୍ରମିତ ଓ ୮୮ ହଜାର ୫୯୦ ମୃତ, ଫ୍ରାନ୍ସରେ ୨୮ ଲକ୍ଷ ୯୪ ହଜାର ୩୪୭ ସଂକ୍ରମିତ ଓ ୭୦ ହଜାର ୧୪୨ ମୃତ, ତୁର୍କୀରେ ୨୩ ଲକ୍ଷ ୮୦ ହଜାର ୬୬୫ ସଂକ୍ରମିତ ଓ ୨୩ ହଜାର ୮୩୨ ମୃତ, ଇଟାଲିରେ ୨୩ ଲକ୍ଷ ୬୮ ହଜାର ୭୩୩ ସଂକ୍ରମିତ ଓ ୮୧ ହଜାର ୮୦୦ ମୃତ, ସ୍ପେନରେ ୨୨ ଲକ୍ଷ ୬୨ ହଜାର ୧୬୪ ସଂକ୍ରମିତ ଓ ୫୩ ହଜାର ୩୧୪ ମୃତ, ଜର୍ମାନୀରେ ୨୦ ଲକ୍ଷ ୩୮ ହଜାର ୬୪୫ ସଂକ୍ରମିତ ଓ ୪୭ ହଜାର ୧୨୧ ମୃତ, କଲମ୍ବିଆରେ ୧୮ ଲକ୍ଷ ୯୧ ହଜାର ୩୪ ସଂକ୍ରମିତ ଓ ୪୮ ହଜାର ୨୫୬ ମୃତ ରହିଛନ୍ତି ।

Show More

Related Articles

Back to top button