Breaking PLUSଓଡ଼ିଶାମୁଖ୍ୟ ଖବର

ଘସିପୁରାରେ ଅଭାବନୀୟ ଘଟଣା, ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା

ଆନନ୍ଦପୁର- କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିଆଳିଝରଣ ଗାଁରେ ଅଭାବନୀୟ ଘଟଣା ।  ଘରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ମୋହନ ହେମ୍ରମଙ୍କ ପତ୍ନୀ ସାଲକେ ହେମ୍ରମ୍ ବୋଲି ଜଣାପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ମୋହନ ଭୋଜି ଖାଇବାକୁ ଯାଇଥିବାବେଳେ ଘରେ କେବଳ ତାଙ୍କ ପତ୍ନୀ ସାଲକେ ଏବଂ ଶାଶୁ ରହିଥିଲେ। ଏହି ସମୟରେ ହଠାତ୍ ଜଣେ ଅଜଣା ବ୍ୟକ୍ତି ଘର ଭିତରକୁ ପଶି ଆସି ସାଲକେଙ୍କୁ ବାହାରକୁ ଡାକିଥିଲେ। ଏବଂ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ତେବେ ଡାହାଣୀ ସନ୍ଦେହରେ ସାଲକେଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

Show More

Related Articles

Back to top button