ଓଡ଼ିଶାଦେଶବାଣିଜ୍ୟମୁଖ୍ୟ ଖବରସ୍ୱତନ୍ତ୍ର

ବିଶ୍ୱର ତୃତୀୟତମ ଧନୀ ବ୍ୟକ୍ତି ଗୌତମ ଆଦାନୀ

ନୂଆଦିଲ୍ଲୀ: ବିଶ୍ୱର ତୃତୀୟତମ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ। ପୁଣି ରେକର୍ଡ କଲେ ଗୌତମ ଆଦାନୀ । ଫ୍ରାନ୍ସର ବର୍ଣ୍ଣାଡ ଅଲ୍ଟାନ୍‌ଙ୍କୁ ପଛରେ ପକାଇ ଭାରତୀୟ କୋଟିପତି ଗୌତମ ଅଦାନୀ ବିଶ୍ୱର ତୃତୀୟ ‌ଶ୍ରେଷ୍ଠ ଶକ୍ତିଶାଳୀ ବ୍ୟକ୍ତି ଭାବେ ନିଜର ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଜଣେ ଏସୀୟ ବ୍ୟକ୍ତି ସ୍ଥାନୀତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ସେ ଅମ୍ବାନୀ ଓ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଚୀନ୍‌ ‘ଆଲିବାବା ଗ୍ରୁପ୍‌’ର ଜାକ୍‌ ମା’ଙ୍କ ଭଳି ଆହୁରି ଅନେକ ବିତ୍ତଶାଳୀ ମଧ୍ୟ ଏ ସ୍ତରକୁ ଉଠିବାରେ ସମର୍ଥ ହୋଇ ନ ଥିଲେ। ୧୩୭.୪ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ସହ ଫ୍ରାନ୍ସର ବର୍ଣ୍ଣାଡ ଅଲ୍ଟାନ୍‌ଙ୍କୁ ପଛରେ ପକାଇ ଗୌତମ ଆଦାନୀ ସମ୍ପ୍ରତି ରାଙ୍କିଙ୍ଗରେ ଏବେ ଆମେରିକାର ଏଲନ୍‌ ମସ୍କ୍‌ ଏବଂ ଜେଫ୍‌ ବେଜୋସ୍‌ଙ୍କ ପଛରେ ରହିଛନ୍ତି। ଦେଶର ଶ୍ରେଷ୍ଠ ବନ୍ଦର ଅପରେଟର୍‌ ଓ କୋଇଲା ବ୍ୟବସାୟ ସଂସ୍ଥାନ ‘ଅଦାନୀ ଗ୍ରୁପ୍‌’ର ସହସଂସ୍ଥାପକ ହେଉଛନ୍ତି ଗୌତମ ଅଦାନୀ। ଆଦାନୀଙ୍କ ସମ୍ପତ୍ତି ଲଗାତର ବଢ଼ିବାରେ ଲାଗିଛି। ବ୍ଲୁମବର୍ଗ ଇଣ୍ଡେକ୍ସର ସୂଚନା ଅନୁସାରେ, ଶୀର୍ଷ ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଆଦନୀ ଏଭଳି ଜଣେ ବ୍ୟକ୍ତି, ଯାହାଙ୍କ ସମ୍ପତ୍ତି ଗତ ୨୪ ଘଣ୍ଟା ଭିତରେ ୧.୨ ବିଲିୟନ୍‌ ଡଲାର ବଢ଼ିଛି। ସେହିପରି ଜାନୁଆରୀ ମାସରୁ ବର୍ତ୍ତମାନ ଯାଏଁ ଆଦାନୀଙ୍କ ସମ୍ପତ୍ତି ୬୦.୯ ବିଲିୟନ ଡ଼ଲାର ବୃଦ୍ଧି ପାଇଛି।

Show More

Related Articles

Back to top button