ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ

କିଛି ଦିନ ପରେ କରି ପାରନ୍ତି ତୃତୀୟ ସ୍ଥାନ ଅଧିକାର

ନୂଆଦିଲ୍ଲୀ: ବିଶ୍ୱର ଚତୁର୍ଥ ଧନୀ ଗୌତମ ଅଦାନୀ । ଗୌତମ କେବଳ ଭାରତ କି ଏସିଆର ନୁହେଁ  ବରଂ ସେ ଏବେ ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି ପାଲଟିଛନ୍ତି । ଧନୀରେ ସେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସଂପତ୍ତି ସହ ସମକକ୍ଷ ହୋଇ ଯାଇଛି।

ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ଅଦାନୀ ଏବଂ ବିଲ ଗେଟ୍ସ ଉଭୟଙ୍କ ସଂପତ୍ତି ୧୨୫ ଅରବ ଡଲାରରେ ପହଞ୍ଚିଛି। ଭାରତୀୟ ମୁଦ୍ରାରେ ଦେଖିବାକୁ ଗଲେ ୯ ଲକ୍ଷ ୫୭ ହଜାର ୧୮୨ କୋଟି ଟଙ୍କା ହୋଇ ଯାଇଛି । ବର୍ତ୍ତମାନ ଅଦାନୀ ମୁକେଶ ଅମ୍ବାନୀ, ଓ୍ଵାରେନ ବଫେଟ, ଗୁଗଲର ସହ ସଂସ୍ଥାପକ ଲାରି ପେଜ ଏବଂ ସର୍ଗେ ବିନଙ୍କୁ ପଛରେ ପକାଇ ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଅଛନ୍ତି ।

ଫୋର୍ବସର ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଅଦାନୀ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ଅଟନ୍ତି । ଏହି ତାଲିକାରେ ସେ ବିଲ୍ ଗେଟ୍ସଙ୍କଠୁ ବାସ୍ କିଛି ପଛରେ ଅଛନ୍ତି। ଏହି ସଂସ୍ଥା ଅନୁଯାୟୀ, ଅଦାନୀଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୧୨୯ ଅରବ ଡଲାର ରହିଥିବା ବେଳେ ବିଲ୍ ଗେଟ୍ସଙ୍କ ସଂପତ୍ତି ୧୨୯.୪ ଡଲାର ରହିଛି ।

ବର୍ତ୍ତମାନ ବିଶ୍ୱର ଧନୀ ତାଲିକାରେ ସବୁଠୁ ପ୍ରଥମରେ ଅଛନ୍ତି ଏଲନ ମସ୍କ । ତାଙ୍କ ସଂପତ୍ତିର ମୂଲ୍ୟ ଗୌତମଙ୍କଠାରୁ ଦୁଇଗଣରୁ ମଧ୍ୟ ଅଧିକ । ଅର୍ଥାତ ତାକ ସଂପତ୍ତିର ମୂଲ୍ୟ ୨୬୯.୭ ବିଲିଅନ ଡଲାର ।, ଦ୍ୱୀତିୟରେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ୧୭୦-୨ ବିଲିଅନ ଡଲାର , ତୃତୀୟରେ ବର୍ଣ୍ଣାଲ୍ଡ ଆରନଲ୍ଟ ୧୬୭-୯ ବିଲିଅନ ଡଲାର ଏବଂ ଚତୁର୍ଥରେ ରହିଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ। ମାତ୍ର ଏହି ସବୁ ଧନୀ ବ୍ୟକ୍ତିଙ୍କ ସଂପତ୍ତିରେ ଲଗାତାର ହ୍ରାସ ଦେଖିବାକୁ ମିଳିଛି ଅର୍ଥାତ ରେଡ୍ ଜୋନରେ ଅଛନ୍ତି। ଅନ୍ୟପଟେ ଅଦାନୀଙ୍କ ସଂପତ୍ତି ହୁ ହୁ ହୋଇ ବଢିବାରେ ଲାଗିଛି ଏବଂ ସେ ଗ୍ରୀନ ଜୋନରେ ଅଛନ୍ତି। ଯଦି ଏହିପରି ଅଦାନୀଙ୍କ ସଂପତ୍ତି ଦିନକୁ ଦିନ ବୃଦ୍ଧି ପାଏ , ତେବେ ସେ ଖୁବ୍ ଶୀଘ୍ର ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇଯିବେ।

Show More

Related Articles

Back to top button