ଓଡ଼ିଶାଦୁର୍ଘଟଣା

ଅଙ୍ଗନ ୱାଡ଼ି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ଟାଙ୍କି,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଅଙ୍ଗନ ୱାଡ଼ି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ଟାଙ୍କି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ଲଳିତଗିରିରେ । ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ  ୨୦ ଜଣ ଛାତ୍ରଛାତ୍ରୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସୂଚନା ଅନୁସାରେ, ଶୁକ୍ରବାର ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଫଳରେ ଅଙ୍ଗନୱାଡିର ରୋଷେଇ ଘର ସହିତ ଶ୍ରେଣୀ ଗୃହକୁ ନିଆଁ ବ୍ୟାପିଯାଇଥିଲା।ତତକ୍ଷଣାତ୍ ଅଙ୍ଗନୱାଡି ଦିଦି ଓ ପାଚିକା ଦୁହେଁ ମିଶି ଶ୍ରେଣୀ ଗୃହରେ ପଢୁଥିବା ସମସ୍ତ କୁନି କୁନି ଛାତ୍ର ଛାତ୍ରୀ ମାନକୁ ସୁରକ୍ଷିତ ଅବସ୍ଥାରେ ପଡ଼ିଆ ମଧ୍ୟକୁ ନେଇ ଆସିଥିଲେ। କିନ୍ତୁ ନିଆଁର ପ୍ରକୋପ ଅଧିକ ଥିବାରୁ ରୋଷେଇ ଘରର ସମସ୍ତ ସାମଗ୍ରୀ ସହିତ ଶ୍ରେଣୀ ଗୃହର ବହି, ଖାତା ଓ ଆନୁଷଙ୍ଗିକ କାଗଜପତ୍ର ସବୁ ପୋଡ଼ି ଯାଇଥିଲା।

ଏହାପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଛି। ସବୁଠାରୁ ବଡ଼ କଥା ହେଉଚି କିନ୍ତୁ ଅଙ୍ଗନୱାଡ଼ି ଦିଦି ଓ ପାଚିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଅଭିଭାବକ ମାନେ କହିଛନ୍ତି।

Show More

Related Articles

Back to top button