Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଗୁଜରାଟରେ ବିଷାକ୍ତ ଗ୍ୟାସ୍ ଲିକ୍, 28 ଅସୁସ୍ଥ

ଜମ୍ମୁସାର ନିକଟରେ ଥିବା କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍

ବୁଧବାର ଦିନ ଗୁଜରାଟର ଭରୁଚ ଜିଲ୍ଲା ଅନ୍ତର୍ଗତ ଜମ୍ବୁସାର ନିକଟରେ ଏକ କେମିକାଲ୍‌ କାରଖାନାରୁ ଲିକ୍‌ ହୋଇଛି । ଏହା ବାୟୁରେ ମିଶିବା ଯୋଗୁ ୨୮ଜଣ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଭରୁଚ ଜିଲ୍ଲା ଅନ୍ତର୍ଗତ ସରୋଦ ଗ୍ରାମରେ ଥିବା ‘ପି. ଆଇ. ଇଣ୍ଡଷ୍ଟ୍ରିଜ୍‌’ର ଗୋଟାଏ ଟ୍ୟାଙ୍କ୍‌ରୁ ଲିକ୍‌ ହୋଇଥିବା ‘ବ୍ରୋମାଇନ୍‌’ ବାଷ୍ପ ଆଘ୍ରାଣ କରିବା ପରେ ଶ୍ବାସପ୍ରଶ୍ବାସରେ ଅସୁବିଧା ହୋଇଥିବା କଥା ପ୍ରଭାବିତ ଲୋକେ କହିଥିଲେ ବୋଲି ଭରୁଚ ରେସିଡେନ୍‌ସ୍‌ ଆଡିସ୍‌ନାଲ୍‌ କଲେକ୍ଟର୍‌ ଏନ୍. ଆର୍‌. ଧାନ୍ଧାଲ୍‌ କହିଛନ୍ତି।

ସରୋଦ ଗ୍ରାମ ନିକଟରେ ଥିବା ‘ପି.ଆଇ. ଇଣ୍ଡଷ୍ଟ୍ରିଜ୍‌’ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାରୁ ସେଠାରୁ ‘ବ୍ରୋମାଇନ୍‌’ ବାଷ୍ପ ଲିକ୍‌ ହୋଇଥିଲା। ଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ ହେଉଛି ବୋଲି କହିଥିବା ୨୮ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୁଧବାର ଦିନ ୧ଟା ବେଳେ ଗ୍ୟାସ୍‌ ଲିକ୍‌ ହେବା ସମୟରେ କାରଖାନାରେ ପ୍ରାୟ ୨୦୦୦ ଶ୍ରମିକ ଉପସ୍ଥିତ ଥିଲେ। ସମସ୍ତଙ୍କୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ବେଦାଚ ଥାନା ଇନ୍‌ପେକ୍ଟର୍‌ ବୈଶାଳୀ ଅହିର କହିଛନ୍ତି।

Show More

Related Articles

Back to top button