Breaking PLUSଓଡ଼ିଶାମୁଖ୍ୟ ଖବର

ଗଜପତିରେ ଗାଈକୁ ମାରି ଖାଇଲା ମହାବଳ

ଭୁବନେଶ୍ୱର, 22 ନଭେମ୍ବର – ନୂଆପଡା ପରେ ଗଜପତିରେ ମହାବଳ ଆତଙ୍କ ଦେଖାଦେଇଛି । ଗତକାଲି ରାତି 8ଟା ବେଳେ ରାୟଗଡ ବ୍ଲକ କୁମୁଲୁସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଁଳାବର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଗାଈକୁ ମହାବଳ ବାଘ ମାରି ଖାଇଥିବାର ଫୋଟୋ ଗୋଟିଏ ଟ୍ରାପ କ୍ୟାମେରାରେ କଏଦ ହୋଇଛି I ମହାବଳ ବାଘଟି ଗତ ଦୁଇ ଦିନ ହେଲା ଆନ୍ଧ୍ର ପ୍ରଦେଶର ସାରାଳି ନିକଟରେ ବୁଲୁଥିବାର ଖବର ରହିଥିଲା I ବର୍ତ୍ତମାନ ସେ ମହାବଳ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି I ଏଥିପାଇଁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି I
ଅନ୍ୟପଟେ ଗାଁର ରୁସାନ ଶବରଙ୍କ ଗାଈକୁ ମହାବଳ ବାଘ ମାରି ଖାଇଥିବାରୁ ତାଙ୍କୁ ଗାଈର ଅନୁକୁମ୍ପାମୂଳକ ରାଶି ସରକାରଙ୍କ ଧାର୍ଯ୍ୟ ଅନୁସାରେ 37500 ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button