Breaking PLUSଓଡ଼ିଶାମୁଖ୍ୟ ଖବର

ମୋହନାରେ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍

ମୋହନା- ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ।

ବ୍ରହ୍ମପୁର ଠାରୁ ଇନ୍ଦ୍ରାବତି ଯାଉଥିବା ଆର.ବି. କୋଚ୍ ନାମକ ଘରୋଇ ବସଟି ହିକିରିକୁପା ଗାଁ ନିକଟସ୍ତ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାର ବାମ ପଟ ତଳକୁ ବସଟି ଖସିଯାଇଛି। ଖବର ପାଇ ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟାନ୍ୟ ବସ୍ ଗୁଡିକରେ ନିଜ ନିଜ ଗନ୍ତ୍ୟବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥାର କରିଥିଲେ ।

Show More

Related Articles

Back to top button