Breaking PLUSଓଡ଼ିଶାମୁଖ୍ୟ ଖବର

ଅଦିନିଆ ରଥଯାତ୍ରାକୁ ନେଇ ବର୍ଷିଲେ ଗଜପତି ମହାରାଜ

ଆଗାମୀ ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବା ଇସ୍କନ ଶାସ୍ତ୍ର ବିରୋଧୀ ଏବଂ ଜନବିରୋଧୀ କାର୍ଯ୍ୟ କରୁଛି ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସୋମବାର ଏକ ଖବରଦାତା ସମ୍ମିଳନୀରେ ଗଜପତି ମହାରାଜା ଇସ୍କନର ଏହି କାର୍ଯ୍ୟକୁ ନାପସନ୍ଦ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶାସ୍ତ୍ରରେ ଲେଖାଥିବା ନିୟମ ଉଲ୍ଲଂଘନ କରିବା ଠିକ ନୁହେଁ ବୋଲି ଗଜପତି କହିଛନ୍ତି। ଲୋକଙ୍କ ବିରୋଧ ଯୋଗୁ ନିକଟରେ ଗତ ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରାକୁ ଇସ୍କନ ବନ୍ଦ କରିଥିଲା।

ଗଜପତି କହିଥିଲେ, ଇସ୍କନ କେବେ ବି ଶ୍ରୀମନ୍ଦିରର ନିୟମ ମାନିନାହିଁ। ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିବା ସତ୍ବେ ସେମାନେ ଶୁଣିଲେ ନାହିଁ। ଅଦିନରେ ରଥଯାତ୍ରା ଆୟୋଜନ କରାଯାଉଛି। ଗତ ୩ ତାରିଖରେ ସ୍ନାନଯାତ୍ରାକୁ ବାତିଲ କଲେ, କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି। ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପରମ୍ପରାର ଉଲ୍ଲଂଘନ। ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ମୋର ଆଶା ରହିଥିବା ଗଜପତି କହିଛନ୍ତି।

Show More

Related Articles

Back to top button