Breaking PLUSଦେଶବଲିଉଡମନୋରଞ୍ଜନମୁଖ୍ୟ ଖବର

ଆସିବ ଗଦର-3 !

ନାତି ନାତୁଣୀଙ୍କ ସହ ନଜର ଆସିବେ ସନ୍ନି ଓ ଅମିଶା

ରିଲିଜ୍‌ ହେଉ ହେଉ ପରଦାରେ ଧମାକା ମଚାଇଛି ‘ଗଦର-୨’। ଦୀର୍ଘ ୨୨ ବର୍ଷର ବ୍ୟବଧାନ ପରେ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ୍‌ଙ୍କ ଅଭିନୀତ ଏହି ଫିଲ୍ମଟିକୁ ଦର୍ଶକ ପୁଣି ଭଲପାଇବା ଓଜାଡ଼ି ଦେଇଛନ୍ତି। ‘ଗଦର’ ଯେପରି ବକ୍ସ ଅଫିସରେ ହଲ୍ଳା ମଚାଇଥିଲା ତାହାର ସି‌‌କ୍ବେଲ୍‌ ‘ଗଦର-୨’ ବି ସେପରି ହଇଚଇ ସୃଷ୍ଟି କରିଛି।

ଫିଲ୍ମର ୨ଟି ଯାକ ଭାଗ ହିଟ୍‌ ହୋଇଥିବା ବେଳେ ଦର୍ଶକଙ୍କୁ ଏବେଠାରୁ ତୃତୀୟ ଭାଗର ଅପେକ୍ଷା ରହିଲାଣି। ଫିଲ୍ମରେ ତାରା ସିଂହ ଓ ଅମିଶା ପଟେଲ୍‌ଙ୍କ ପୁଅ ହୋଇଥିବା ଚରଣଜିତ ସିଂହ କହିଛନ୍ତି ଯେ ‘ଲେଖକ ଏବେ ତୃତୀୟ ଭାଗର କାହାଣୀ ଶୁଣାଇ ସାରିଲେଣି। ଅବଶ୍ୟ ସେ ଉପରେ ଏବେ କୌଣସି ପ୍ରକାରର କାମ ଆରମ୍ଭ ହୋଇନାହିଁ।’

ସନି ଦେଓଲ ‘ଗଦର-୨’ ପାଇଁ ୨୫ ଲକ୍ଷ ଟଙ୍କା ନେଇଥିବା ବେଳେ ‘ଗଦର-୩’ ପାଇଁ ସେ ୬୦ କୋଟି ଟଙ୍କା ଦାବି କରିପାରନ୍ତି। ଯଦି ‘ଗଦର-୩’ ବନିବ ତ ସନି ଓ ଅମିଶା ସେମାନଙ୍କ ନାତି ଓ ନାତୁଣୀଙ୍କ ସହ ଖେଳିବା ଅବସ୍ଥାରେ ନଜର ଆସିପାରନ୍ତି।

କାହାଣୀରେ ନୂଆ ମୋଡ଼ ଆସିବ। ପାକିସ୍ତାନର ମେଜର୍‌ ଜେନେରାଲ୍‌ ହମିଦ ଇକ୍‌ବାଲ୍‌ ଉର୍ଫ ମନୀଷ ବାଦ୍ଧୱାଙ୍କ ପୁଅ ନିଜ ବାପାଙ୍କ ମରଣର ପ୍ରତିଶୋଧ ନେବାକୁ ଭାରତ ଆସିବେ। ‘ଗଦର-୩’ରେ ସକିନା ଓ ତାରାଙ୍କ ବୟସ ଢଳିଯିବାର ଦେଖିବାକୁ ମିଳିବ।

Show More

Related Articles

Back to top button