Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଜି-20 ସମ୍ମିଳନୀ ପାଇଁ ସୁରକ୍ଷା କଡାକଡି

ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ ଘନ ବୈଠକ ହେଉଛି। ଏହାର ୩ ଦିନ ପୂର୍ବରୁ ଅତିଥି ମାନେ ଆସି ପହଞ୍ଚିବେ। ଜି-୨୦ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ୫୦ ଟିମ୍‌ ସିଆରପିଏଫ୍‌ ବାହିନୀ ମୁତୟନ ହେବେ। ଗ୍ରେଟର ନୋଏଡ଼ାର ଭି‌ଆଇପି ସିକ୍ୟୁରିଟି ‌ଟ୍ରେନିଂ ସେଣ୍ଟରରେ ସିଆରପିଏଫ୍‌ ୧ ହଜାର ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ମୁତୟନ କରିବ।

ଜି-୨୦ ଅତିଥି ରହିବାକୁ ଥିବା ସମସ୍ତ ହୋଟେଲ୍‌ରେ ଏଚ୍‌ଆଇଟି ସ୍କ୍ବାଡ୍‌ ମୁତୟନ ହେବେ। ସମ୍ମିଳନୀ ସମୟରେ କୌଣସି ପ୍ରକାରର ପଣବନ୍ଦୀ ସଙ୍କଟକୁ ଏଡ଼ାଇବାପାଇଁ ଏଚ୍‌ଆଇଟି ସ୍କ୍ବାଡ୍‌ ମୁତୟନ ହେବେ।

Show More

Related Articles

Back to top button