ଓଡ଼ିଶା

କାଲିଠୁ ରାଜଧାନୀରେ ଖୋଲିବ ଜିମ୍ ଓ ଫିଟନେସ୍ ସେଣ୍ଟର

ବିବାହ ଉତ୍ସବରେ ୫୦ଜଣଙ୍କୁ ଅନୁମତି

କୋଭିଡର ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଲକଡାଉନକୁ କୋହଳ କରାଯାଉଛି । ଦିଲ୍ଲୀରେ କ୍ରମାଗତ ଭାବେ ହ୍ରାସ ହେଉଥିବା କରୋନା ସଂକ୍ରମଣକୁ ଧ୍ୟାନରେ ରଖି ଆଉ କିଛି କୋହଳ କରିବାକୁ ନିଷ୍ପତ୍ତି ହୋଇଛି । କାଲିଠୁ ରାଜଧାନୀରେ ଖୋଲାଯିବ ଫିଟନେସ୍ ସେଣ୍ଟର, ଜିମ୍ ଏବଂ ଯୋଗ କେନ୍ଦ୍ର । ଏହାସହ ଭୋଜି ପାଇଁ ହଲ୍, ବିବାହ ହଲ୍, ହୋଟେଲରେ ବିବାହ କରିବାକୁ ଅନୁମତି ଦିଆଯିବ ।ତେବେ ଅନ୍ତ୍ୟେଷ୍ଟିରେ ୨୦ ଜଣରୁ ଅଧିକ ଲୋକ ଯୋଗଦେବେ ନାହିଁ । ଅନଲକ୍-୫ ସମ୍ବନ୍ଧରେ ଶନିବାର ଜାରି କରାଯାଇଥିବା ଆଦେଶରେ ୫୦ ଜଣଙ୍କୁ ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ଦିଆଯାଇଛି । ଏହି ସମାରୋହ ପାଇଁ ଭୋଜି ହଲ୍, ବିବାହ ହଲ୍, ହୋଟେଲରେ ୫୦ ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି ।

ତେବେ ସେହି ସ୍ଥାନରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଜିମ୍, ଫିଟନେସ୍ ସେଣ୍ଟର, ଯୋଗ କେନ୍ଦ୍ର, ଯୋଗ ପ୍ରତିଷ୍ଠାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ସମସ୍ତ କେନ୍ଦ୍ର ମଧ୍ୟ ସୋମବାର ଠାରୁ ଅଧା କ୍ଷମତା ସହିତ ଖୋଲିବ । ଯେଉଁମାନେ କୋଭିଡ ପ୍ରୋଟୋକଲ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରମରେ ଏହା ସ୍ପଷ୍ଟ କରାଯାଇଛି ।ଯଦି କୋଭିଡ ନିୟମ ଯେକୌଣସି ସ୍ଥାନରେ ଉଲ୍ଲଂଘନ ହେବ, ତେବେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଆଇପିସିର ଉପଯୁକ୍ତ ବିଭାଗ ଅଧୀନରେ ଏବଂ ଆଇପିସିର ଉପଯୁକ୍ତ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଆଦେଶ ସୋମବାର ସକାଳ ୫ ରୁ ଜୁଲାଇ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ସାମାଜିକ ଦୂରତା, ମାସ୍କ, ସହ ଅନ୍ୟ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ ।

Show More

Related Articles

Back to top button