ଓଡ଼ିଶାମୁଖ୍ୟ ଖବର

ଆଜିଠୁ ବଦଳିବ ପାଗ ।

ରାଜ୍ୟରେ କମିବ ବର୍ଷାର ପ୍ରଭାବ । ଶୀତର ପ୍ରଭାବ କମ୍ ରହିବ ଏବଂ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ ।

ଆଜିଠୁ ବଦଳିବ ପାଗ । ଆକାଶ ମେଘାଛନ୍ନ ରହିବା ସହ ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା। ଗତ ୨୪ ଘଣ୍ଟାରେ ରାଜଧାନୀରେ ୫.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୂଚନାଯୋଗ୍ୟ ଯେ, ଆସୁଛି ଆଉ ଏକ ବାତ୍ୟା । ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇଛି ।

ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି । ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେଇଯିବ । ୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ । ଜିଏଫ୍‌ଏସ୍‌ ମଡେଲ ମୁତାବକ ୧୯ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ବି ବର୍ଷା ଆଶଙ୍କା ରହିଛି ।

Show More

Related Articles

Back to top button