Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜିଠୁ ୧୦୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ଆଜିଠୁ ହାଉସଫୁଲ୍‌ ହେବ ସିନେମା ହଲ୍। ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ଥିଏଟର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି। କେନ୍ଦ୍ର ସରକାରଙ୍କ ଫେବୃଆରୀ ଗାଇଡଲାଇନ୍ ଅନୁଯାୟୀ ସିନେମା ହଲ୍ ଖୋଲିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ।

ଆଜିଠୁ ହାଉସଫୁଲ୍‌ ହେବ ସିନେମା ହଲ୍। ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ଥିଏଟର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି। କେନ୍ଦ୍ର ସରକାରଙ୍କ ଫେବୃଆରୀ ଗାଇଡଲାଇନ୍ ଅନୁଯାୟୀ ସିନେମା ହଲ୍ ଖୋଲିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ। ଏଥିରେ ଫିଲ୍ମ ଡିଷ୍ଟ୍ରିବୁଟର ଓ ହଲ୍ ମାଲିକମାନେ ଉପକୃତ ହେବା ନେଇ ଆଶା କରାଯାଉଛି। ମାର୍ଚ୍ଚ ମାସରୁ କରୋନା ମହାମାରୀ ବ୍ୟାପିବା ପରେ ଦୀର୍ଘ ୧୦ ମାସ ବନ୍ଦ ରହିବା ପରେ ଗତ ଜାନୁୟାରୀ ୮ ତାରିଖରେ ଫିଲ୍ମ ହଲ୍ ଖୋଲିଥିଲା। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ହଲ୍ ଖୋଲିବାକୁ ଅନୁମତି ମିଳିଛି। ତେବେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ହଲ୍ ବାହାରେ, ଅପେକ୍ଷାଗୃହରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରସ୍ପରଠାରୁ ୬ ଫୁଟ୍ ଦୂରତା ବଜାୟ ରଖିବା ସହ ଫେସ୍ କଭର କିମ୍ବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହଲ୍ ପରିସରରେ ସାନିଟାଇଜର ରଖିବା ସହ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ୍ ଫ୍ରି ମୋଡ୍ କରିବା ପାଇଁ ଗାଇଡଲାଇନ୍ ଜାରି ହୋଇଛି। ହଲ୍ ପରିସରରେ ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ହଲ୍ ପରିସରରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି। ସେହିପରି ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ସମସ୍ତ ଦର୍ଶକଙ୍କୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button