ଆଜିଠୁ ସମସ୍ତ ରୁଟରେ ଗଡିବ ମୋ ବସ୍ ।
ପରିସ୍ଥିତିରେ ସୁଧାର ଆସିଥିବାରୁ ଏଣିକି ସମସ୍ତ ରୁଟରେ ମୋ ବସ୍ ଚଳାଚଳ କରିବ
ରୁଟ ଗୁଡିକରେ କିପରି ଯାତ୍ରୀ ଖୁବ୍ କମ ସମୟ ମଧ୍ୟରେ ବସ୍ ସେବା ପାଇପାରିବେ ସେଥିପାଇଁ ବସ୍ ସେବାକୁ ବୃଦ୍ଧି କରାଯାଇଥିବା କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।ଏହାପୂର୍ବରୁ ରୁଟ ନମ୍ବର ୨୯କୁ ଛାଡି ଦେଲେ ଅନ୍ୟ ସମସ୍ତ ରୁଟରେ ୧୪୪ ଖଣ୍ଡ ମୋବସ୍ ଚଳାଚଳ କରୁଥିଲା । ଏବେ ସମୁଦାୟ ୨୩ ଟି ରୁଟରେ ୧୫୯ ଟି ବସ୍ ଚଳାଚଳ କରିବ । ଆଜି ରୁଟ୍ ନମ୍ବର ୨୯ରେ ବସ ଚଳାଚଳ କରିବା ପାଇଁ କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ରୁଟ କେବି ୯ କଳିଙ୍ଗବିହାର ରୁ ସାଇ ମନ୍ଦିରକୁ ସଂଯୋଗ କରୁଛି । ଟଙ୍କପାଣି ଠାରେ ରାସ୍ତା କାମ ଚାଲୁଥିବାରୁ ବସ୍ ଚଳାଚଳ ବନ୍ଦ ଥିଲା ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ବସ୍ ଚଳାଚଳ ଉପରେ ରୋକ ଲାଗିଥିଲା । ସଂକ୍ରମଣ ସଂଖ୍ୟା ଏବେ ଧିରେ ଧିରେ କମିବାରେ ଲାଗିଛି । ରାଜ୍ୟରେ କରୋନାର ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇରହିଛି । ତେଣୁ ଧିରେ ଧିରେ ସମସ୍ତ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । ପୂର୍ବରୁ କିଛି ନିର୍ଦ୍ଦିଷ୍ଠ ରୁଟ୍ ମୋ ବସ୍ ଚଳାଚଳ କରୁଥିଲା । କିନ୍ତୁ ଏବେ ସମସ୍ତ ରୁଟ୍ରେ ଚଳାଇବାକୁ ଅନୁମତି ଦିଆଯାଇଛି ।