ଓଡ଼ିଶାଦେଶ ବିଦେଶ

ଆଜିଠୁ ତୃତୀୟ ପର୍ଯ୍ୟାୟ ଜେଇଇ୍ ମେନ୍

କରୋନା କଟକଣାରେ ହେବ ପରୀକ୍ଷା

ତୃତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ମଙ୍ଗଳବାରଠୁ ଆରମ୍ଭ ହେବ । ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ଏପଟେ ଆଜି ବାହୁଡ଼ା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି ।ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ସେମାନଙ୍କୁ କର୍ଫ୍ୟୁ ପାଇଁ କୌଣସି ଅସୁବିଧା ହେବାକୁ ପଡ଼ିବ ନାହିଁ ବୋଲି ପୁରୀ ଏସ୍‌ପି କହିଛନ୍ତି ।

କରୋନା କଟକଣାରେ ପରୀକ୍ଷା କରାଯିବ । ପ୍ରବେଶ ପଥରେ ସଭିଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯିବ ।ଛାତ୍ରଛାତ୍ରୀ ନିଜର ପାଣି ବୋତଲ, ସାନିଟାଇଜର, ପେନ୍‌ ସାଥୀରେ ନେବେ । ପରୀକ୍ଷା କେନ୍ଦ୍ରରେ ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁ ପ୍ରକାର ନିୟମ ଅନୁପାଳନ କରି ପରୀକ୍ଷା ଦେବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

Show More

Related Articles

Back to top button