ଦେଶ ବିଦେଶ

ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କଲା ଭାରତ

ଭାରତୀୟ ତୈଳ କମ୍ପାନୀମାନେ ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବେ। ଆଗାମୀ ମାସରୁ ଏହି ହ୍ରାସ ହେବାକୁ ଥିବା ବେଳେ ୧.୫ କୋଟି ବାରଲର ୬୫ ପ୍ରତିଶତ ଆମଦାନୀ ହେବ ବୋଲି ଜଣାପଡିଛି

ଦେଶରେ କରୋନା ଦ୍ୱିତୀୟ ଲହର ଲାଗି କଟକଣା କଡ଼ାକଡ଼ି ହେଉଥିବାରୁ ଦେଶରେ ତୈଳ ଚାହିଦା ହ୍ରାସ ହେଉଛି। ଏଥିରେ ଅଶୋଧିତ ତୈଳ କ୍ରୟର ବିବିଧକରଣ ଲାଗି ଭାରତୀୟ ତୈଳ କମ୍ପାନୀମାନେ ପଶ୍ଚିମ ଏସିୟା ବାହାରୁ ତୈଳ ଆମଦାନୀ ଉପରେ ଏବେ ଜୋର ଦେଉଛନ୍ତି।ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଓ ଅନ୍ୟ ୩ ରିଫାଇନାରୀ କମ୍ପାନୀ ନିଶ୍ଚିତ ମାତ୍ରାରେ ତୈଳ କ୍ରୟ ଲାଗି ହୋଇଥିବା ରାଜିନାମା ବାହାରେ ହାଜିର ବଜାରରେ ମହଜୁଦ ଅଧିକ ତୈଳ କ୍ରୟ କରିବାକୁ ଉଦ୍ୟମ କରିବେ। ଏଥିରେ ପଶ୍ଚିମ ଏସିୟ ଦେଶର ତୈଳ ମୂଲ୍ୟ ସହ ଅନ୍ୟ ବାଜରରେ ଉପଲବ୍ଧ ତୈଳର ମୂଲ୍ୟ ତୁଳନା କରି ତୈଳ ଆମଦାନୀ କରାଯିବ।

ଅବଶ୍ୟକ ସ୍ଥଳେ ପଶ୍ଚିମ ଏସିୟାରେ ତୈଳ ଲାଗି ଅନୁବନ୍ଧିତ ଦେଶରୁ କମ୍‌ ତୈଳ କ୍ରୟ କରି ବାକି ଆବଶ୍ୟକତା ଅନ୍ୟ ବଜାରରୁ ପୂରଣ କରାଯିବ। ଏହି ଉଦ୍ୟମରେ ଭାରତ ଗୁଏନା ଓ ନରୱେରୁ ନୂଆକରି ଅଶୋଧିତ ତୈଳ ଆମଦାନୀ ଆରମ୍ଭ କରିଛି।ଦେଶରେ ତୈଳର ଅତ୍ୟାଧିକ ମୂଲ୍ୟବୃଦ୍ଧି କାଳରେ ଉତ୍ପାଦନ ହ୍ରାସ ଯୋଗୁ ସାଉଦୀ ଆରବ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି କରିଥିଲା। ଏଣୁ ଉତ୍ପାଦନ ବୃଦ୍ଧି କରି ପରିସ୍ଥିତି ପରିଚାଳନା ଲାଗି ଭାରତ ସାଉଦୀ ଆରବକୁ କରିଥିବା ନିବେଦନ ଅଗ୍ରାହ୍ୟକୁ ଅଣଦେଖା କରିଥିଲା। ଫଳରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦେଶରେ ଡିଜେଲ ଓ ପେଟ୍ରୋଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଣୁ ତୈଳ କ୍ଷେତ୍ରର ଏକଚାଟିଆ ସମାପ୍ତ କରିବା ଲାଗି ଏବେ ଅନୁକୂଳ ଦରରେ ଓ ଅଧିକ ତୈଳ ଆମଦାନୀ ଉପରେ ଭାରତ ଗୁରୁତ୍ୱ ଦେଉଥିବା ବେଳେ ସାଉଦୀ ଆରବରୁ ଆମଦାନୀ ହ୍ରାସ କରିବାକୁ ଯାଉଛି।

Show More

Related Articles

Back to top button