ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ସେପ୍ଟେମ୍ବର ପହିଲାରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଅଫଲାଇନ୍‌ ପାଠପଢ଼ା

ଶିକ୍ଷକ ଟିକା ନେବା ଜରୁରୀ

କରୋନା କାଳରେ ସ୍କୁଲ୍‌ ଖୋଲିବା ଠାରୁ ନଖୋଲିବା ଭୟଙ୍କର । ଏନେଇ ବିଶେଷଜ୍ଞମାନେ ମତ ଦେବା ପରେ ରାଜ୍ୟ ସରକାର ଧିରେ ଧିରେ ସ୍କୁଲ୍‌ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି। ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବ ଏବଂ ପାଠ ପଢ଼ା ଆରମ୍ଭ ହେବ। ଏନେଇ ରାଜସ୍ଥାନର ଅଶୋକ ଗେହଲଟଙ୍କ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି।

କିନ୍ତୁ ସ୍କୁଲ୍‌ରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଶିକ୍ଷାଦାନ ଦିଆଯିବ । ଏହା ବ୍ୟତୀତ ଶିକ୍ଷକ ଏବଂ ସହାୟକ କର୍ମଚାରୀ ୧୪ ଦିନ ପୂର୍ବରୁ ଅତିକମ୍‌ରେ ଟିକାର ଗୋଟିଏ ପାନ ନେବା ଅନିବାର୍ଯ୍ୟ । ଚଳିତବର୍ଷ କରୋନା ଭୂତାଣୁର ଦ୍ବିତୀୟ ଲହର ସମୟରେ ଗେହଲଟ ସରକାର ସମସ୍ତ ସ୍କୁଲ୍‌ ବନ୍ଦ କରିବାକୁ ଘୋଷଣା କରିଥିଲେ ।ଗତ କିଛି ଦିନ ହେଲା ରାଜ୍ୟରେ ସ୍କୁଲ୍‌ ଖୋଲିବାକୁ ନେଇ ମନ୍ଥନ ଆରମ୍ଭ ହୋଇଥିଲା। ଏନେଇ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହୋଇଥିଲା। କମିଟି ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପରେ ଏନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ସେପଟେ ଅଗଷ୍ଟରେ କଲେଜ୍‌ ଏବଂ ବିଶ୍ବବିଦ୍ୟାଳୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ଅଫଲାଇନ୍‌ରେ ପାଠ ପଢ଼ା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Show More

Related Articles

Back to top button