ସାମୟିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଲା ବିଭାଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସୋମବାରଠୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପୂର୍ବରୁ ଘୋଷଣା କରିଥିଲେ ରାଜ୍ୟ ସରକାର । ଖବର ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି ଠାରୁ ମାନେ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ ସରକାର । କିନ୍ତୁ ଏବେକାର କରୋନା ସଂକ୍ରମଣ ସ୍ଥିତି ଓ ଓମିକ୍ରନ୍କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଛି ବିଭାଗ । ତେଣୁ ଆସନ୍ତାକାଲି ଠାରୁ ଖୋଲିବାକୁ ଥିବା ପ୍ରାଥମିକ ଶ୍ରେଣୀର ନିଷ୍ପତ୍ତି ଉପରେ ରୋକ ଲାଗିଛି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ଉପରେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି କରୋନା ସଂକ୍ରମଣ ଉପରମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ରହିଛି ।