ଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୧ ତାରିଖରୁ ଖୋଲିବ ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ

ସ୍କୁଲ କଲେଜ, ବିଶ୍ବ ବିଦ୍ୟାଳୟ ଖୋଲିବା ନିଷ୍ପତି ପରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେଲେ ରାଜ୍ୟ ସରକାର

୧୧ରୁ ଖୋଲିବ ବୈଷୟିକ ବିଶ୍ବ ବିଦ୍ୟାଳୟ ବିଦ୍ୟାଳୟର ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଖୋଲୁଛି ଶିକ୍ଷାନୁଷ୍ଠାନ । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ।ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ଵ ବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ । କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ । କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର ଛାତ୍ରଛାତ୍ରୀ କ୍ଲାସ ଆସି ପାରିବେ। ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି ।

ସିଲାବସର ସମସ୍ତ ବିଷୟ ସାରିବାକୁ ନିୟମିତ କ୍ଲାସ୍ ହେବ। ଅନଲାଇନ୍ କ୍ଲାସ୍ ବି ହେବ । ସମ୍ଭବ ହେଲେ କ୍ଲାସରୁମ୍ ପାଠପଢ଼ାର ଭିଡିଓ ରେକର୍ଡ କରି ଅନୁପସ୍ଥିତ ଶିକ୍ଷାର୍ଥୀଙ୍କୁ ପଠାଯିବ।କଣ୍ଟେନମେଣ୍ଟ ଜୋନରେ ଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିବେ ନାହିଁ । ସମସ୍ତେ ଫେସ୍ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ । ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀରେ ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା ରକ୍ଷା କରିବେ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମାଇ ବ୍ୟାଚରେ ବିଭକ୍ତ କରାଯିବ । ଆବଶ୍ୟକ ସ୍ଥଳେ ଶିକ୍ଷାଦାନ ସମୟ ବୃଦ୍ଧି କରାଯାଇ ପାରିବ ।

Show More

Related Articles

Back to top button