
ନୂଆଦିଲ୍ଳୀ ଆସନ୍ତାକାଲି ପରେ ବର୍ଷର ଚତୁର୍ଥ ମାସରେ ଅର୍ଥାତ୍ ଏପ୍ରିଲ୍ ମାସ ଆରମ୍ଭ ହେବ । ଏପ୍ରିଲ ମାସରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଥାଏ। ଏହି ମାସରେ ଆର୍ଥିକ କାର୍ଯ୍ୟଭାର ଅଧିକ ରହିଥିବା ବେଳେ ଅନ୍ୟପଟେ ଅନେକ ଛୁଟି ଦିନ ମଧ୍ୟ ରହିଛି। ଏଥି ସହିତ, ବ୍ୟାଙ୍କ ଛୁଟିଦିନରୁ ହିଁ ମାସ ଆରମ୍ଭ ହେଉଛି । ଏପ୍ରିଲ୍ ଆରମ୍ଭରେ, ଲଗାତାର ୫ ଦିନ ବିଭିନ୍ନ ସହରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ବ୍ୟାଙ୍କ ଶାଖା ସହିତ ଜଡିତ ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଆଜି ଏବଂ ଆସନ୍ତାକାଲି ଏହାକୁ ସମ୍ପୂର୍ଣ୍ଣ କରନ୍ତୁ । ନଚେତ୍ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । କେଉଁ ସହରରେ ଏବଂ କାହିଁକି ବ୍ୟାଙ୍କ ବନ୍ଦ ହେବ ତାହା ଆପଣ ଛୁଟି ତାଲିକା ଥରୁଟିଏ ଦେଖି ନିଅନ୍ତୁ।
ଏପ୍ରିଲ୍ରେ ୫ବ୍ୟାଙ୍କ ଦିନ ପାଇଁ ବନ୍ଦ ରହିବ
ଏପ୍ରିଲ ୧- ବ୍ୟାଙ୍କ ଖାତାର ଆନୁଆଲ କ୍ଲୋଜିଂ, ପ୍ରାୟ ସବୁ ରାଜ୍ୟର ବ୍ୟାଙ୍କ ବନ୍ଦ ରହିବ।
ଏପ୍ରିଲ ୨- ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ।
ଏପ୍ରିଲ ୩- ରବିବାର।
ଏପ୍ରିଲ ୪- ସରିହୁଲ- ରାଞ୍ଚିରେ ବ୍ୟାଙ୍କ ବନ୍ଦ।
ଏପ୍ରିଲ ୫- ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ- ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ।ବେଲାପୁର, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ପଣଜୀ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ।
ଏପ୍ରିଲରେ ୧୫ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏପ୍ରିଲ୍ ୨୦୨୨ର ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ, ଏପ୍ରିଲରେ ବ୍ୟାଙ୍କଗୁଡିକ ମୋଟ ୧୫ଦିନ ପାଇଁ ବନ୍ଦ ରହିବ। ଏଥିମଧ୍ୟରେ ସାପ୍ତାହିକ ଛୁଟି ମଧ୍ୟ ସାମିଲ୍ ରହିଛି । ଆରବିଆଇର ଅଫିସିଆଲ୍ ୱେବସାଇଟ୍ ରେ ଦିଆଯାଇଥିବା ଛୁଟିଦିନର ଲିଷ୍ଟ ଅନୁଯାୟୀ ବ୍ୟାଙ୍କିଙ୍ଗ୍ ଛୁଟି ମଧ୍ୟ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ ଗୁଡ଼ିକର ବିଜ୍ଞପ୍ତି ଉପରେ ନିର୍ଭର କରେ। ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ଲାଗୁ ହେବ ନାହିଁ ।