ଓଡ଼ିଶା

ଭଡ଼ାଘରୁ ମିଳିଲା ୧୩ ଲକ୍ଷର ଜାଲ୍‌ ନୋଟ୍‌

ଭଡ଼ାଘରୁ ମିଳିଲା ପୁଳାପୁଳା ଜାଲ୍‌ ନୋଟ୍‌ । ଯାହାର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଯାଜପୁର ଜିଲ୍ଲା ସନ୍ତ ମାଧବ ନିକଟର ଏକ ଭଡ଼ା ଘରୁ ମିଳିଛି ଏତେ ପରିମାଣର ଟଙ୍କା । ଟାଉନ୍‌ ଥାନା ପୋଲିସ ଟଙ୍କା ସବୁକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ସେହିପରି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଟାଉନ୍‌ ଥାନା ପୋଲିସ ଗିରଫ କରିଥିବା ମଧ୍ୟ ସୂଚନା ମିଳିଛି । ଗିରଫ ବ୍ୟକ୍ତିର ଘର ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏତେ ପରିମାଣର ଜାଲ୍‌ ନୋଟ୍‌ ଏଠାକୁ ଆସିଲା କିପରି ? ଆଣିଲା କିଏ ?

ଏଥିରେ ଆଉ କିଏ ସଂପୃକ୍ତି ? ସେନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି ଟାଉନ୍‌ ଥାନା ପୋଲିସ । ତେବେ ଘଟଣାସଂପର୍କରେ ସମସ୍ତ ତଥ୍ୟ ପ୍ରେସ୍‌ମିଟ୍‌ ଜରିଆରେ ଏସ୍‌ପି ଦେବେ ବୋଲି ସୂଚନା ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ମଧ୍ୟ ଅଛି । ତାପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ହେବା । ପୋଲିସ ପାଇଁ ଏକ ସଫଳତା ବୋଲି ଆଶା କରାଯାଉଛି । କିନ୍ତୁ ଜବତ ହୋଇଥିବା ଟଙ୍କାର ଉତ୍ସ ସଂପର୍କରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ଏସ୍‌ପିଙ୍କ ପ୍ରେସ୍‌ମିଟ୍‌ ପରେ ସମସ୍ତ ରହସ୍ୟ ଉପରୁ ପରଦା ହଟିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Show More

Related Articles

Back to top button