Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିହାରରେ ମାଗଣା ଟୀକା, ଓଡ଼ିଶାରେ କେବେ ? ଉପନିର୍ବାଚନରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ରାଜ୍ୟରେ ଜାରି ରହିଛି ଉପନିର୍ବାଚନ ତାତି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ନିର୍ବାଚନ ତାତି। ଏହା ସହ ଦୁଇ ଦଳର ହେଭିୱେଟ ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ବାଲେଶ୍ୱରରେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଆଜି ଟାର୍ଗେଟ କରିଛନ୍ତି ରାଜ୍ୟସରକାରଙ୍କର ବରିଷ୍ଠମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ମନ୍ତ୍ରୀ ତାଙ୍କ ଟ୍ୱିଟର ମାଧ୍ୟମରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନପଚାରି ଲେଖିଛନ୍ତି ଯେ, କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ମୋର ପ୍ରଶ୍ନ ଯେ ଯଦି ବିହାରକୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟୀକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ?

ନା ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା? ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ଦୁଇ କେନ୍ଦ୍ରୀୟ ମନ୍ତ୍ରୀ ସ୍ପଷ୍ଟିକରଣ ଦେବେକି ଏହା ପାତରଅନ୍ତର ନୁହେଁ କି ?

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ଵ ପାଣ୍ଠିରୁ ଟୀକା ନିର୍ମାତାଙ୍କୁ ପାଞ୍ଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିସାରିଛନ୍ତି ଏବଂ ରାଜ୍ୟ ସରକାର ସବୁ ଓଡିଶାବାସୀଙ୍କୁ ଟୀକାକରଣ କରିବା ପାଇଁ ପ୍ରତିଶୃତିବଦ୍ଧ I

ଓଡ଼ିଶାରେ କରୋନା ଟୀକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟିକରଣ ରଖିବା ଆବଶ୍ୟକ I ଏହାର ଉତ୍ତର ଓଡ଼ିଶାବାସୀ ଚାହୁଁଛନ୍ତି। ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି।

ସୂଚନାଯୋଗ୍ୟ ଯେ, ବିହାର ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରକାଶିତ ହୋଇଥିବା ଇସ୍ତାହାରରେ ବିହାରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ପୁଣି ଥରେ କ୍ଷମତାକୁ ଆସିଲେ ବିହାର ଲୋକମାନଙ୍କୁ ମାଗଣାରେ ଟୀକା ଦିଆଯିବା ନେଇ ପ୍ରତିଶୃତି ଦେଇଛି। ଯାହାକୁ ନେଇ ଦେଶରେ ଅନ୍ୟ ବିରୋଧୀଦଳ ମାନେ ବିଜେପିକୁ କଡା ଟାର୍ଗେଟ କରିଛନ୍ତି।

Show More

Related Articles

Back to top button