Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଏନକାଉଣ୍ଟରରେ ୪ ଆତଙ୍କବାଦୀସଫା

ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ।

ଅଶାନ୍ତ ଜାମ୍ମୁ-କାଶ୍ମୀର । ଜାମ୍ମୁ-କାଶ୍ମୀରରେ ୨୪ ଘଣ୍ଟାରେ ୪ ଆତଙ୍କବାଦୀ ସଫା । ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ବାରାମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ନିହତ ହୋଇଛନ୍ତି ୪ ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସୁଞ୍ଜୱାନ ଆର୍ମି କ୍ୟାଣ୍ଟନମେଣ୍ଟ ନିକଟରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଏନକାଉଣ୍ଟର ବେଳେ ସିଆଇଏସଏଫର ଏଏସଆଇ ସହିଦ ହୋଇଛନ୍ତି । ଏହା ସହ ୨ ଯବାନ ଆହତ ହୋଇଛନ୍ତି । ଗତକାଲି ବାରାମୁଳା ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର କମାଣ୍ଡର ନିହତ ହୋଇଥିଲା । ଗୁରୁବାର ସକାଳୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନ ଏବେ ବି ଜାରି ରହିଛି । ଆହୁରି ଆତଙ୍କବାଦ ଲୁଚି ରହିଥିବା ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ।

Show More

Related Articles

Back to top button