Breaking PLUSଅପରାଧଆଇନ କାନୁନଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ମିଳିଲା ଲୁଟ୍ ହୋଇଥିବା ଭୋଟ୍ ବାକ୍ସ୍

ରାସ୍ତାକଡ଼ରୁ ମିଳିଲା ଲୁଟ୍ ହୋଇଥିବା ଭୋଟ୍‌ ବାକ୍ସ ।

ଜଗତସିଂହପୁର: ରାସ୍ତାକଡ଼ରୁ ମିଳିଲା ଲୁଟ୍ ହୋଇଥିବା ଭୋଟ୍‌ ବାକ୍ସ । ଜଗସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ବେଳେ ୩୫ରୁ ୪୦ ଜଣ ଦୁର୍ବୃତ୍ତ ପଟସରା ପଞ୍ଚାୟତର ଢୋଲବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୨ ନମ୍ୱର ବୁଥରେ ପଶି ଆତଙ୍କ ଖେଳାଇ ଦେଇଥିଲେ ।

 ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରି ଭୋଟ ବାକ୍ସ୍ ଲୁଟି ନେଇଥିଲେ । ସେଠାରୁ ଯାଇ ଡିହ-ପଟସରା ସ୍କୁଲରେ ଗଣ୍ଡଗୋଳ କରି ଟ୍ରଙ୍କରୁ ଭୋଟ ବାକ୍ସ୍ ନେଇ ଯାଇଥିଲେ । ଯାହାଫଳରେ ଦୁଇଟି ଯାକ ବୁଥରେ ଭୋଟ ବନ୍ଦ ହୋଇଯାଇଥିଲା । ତେବେ ଆଜି ସେହି ବୁଥ ବାକ୍ସଟି ୫ ଶହ ମିଟର ଦୂର କୁଳ ପଟସରା   ରାସ୍ତା କଡ଼ରୁ ୩ ନମ୍ୱର ବୁଥ୍ ଭୋଟ୍ ବାକ୍ସଟି ଉଦ୍ଧାର କରାଯାଇଛି ।

Show More

Related Articles

Back to top button