Breaking PLUSଦେଶ ବିଦେଶମୁଖ୍ୟ ଖବର

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କୁ କରୋନା

ବିହାରରେ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ହମ୍ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଞ୍ଝୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ବିଟ୍ କରି କରୋନା ପଜିଟିଭ ହେବାର ସୂଚନା ଦେଇଛନ୍ତି

ବିହାରରେ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ହମ୍ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଞ୍ଝୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ବିଟ୍ କରି କରୋନା ପଜିଟିଭ ହେବାର ସୂଚନା ଦେଇଛନ୍ତି। ମାଞ୍ଝୀ ଲେଖିଛନ୍ତି ଯେ,’ ସେ ତାଙ୍କର କରୋନା ଟେଷ୍ଟ୍ କରାଇଛନ୍ତି ଯାହାର ରିପୋର୍ଟ ପଜିଟିଭ ଆସିଛି। ଗତ ୧ସପ୍ତାହ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ତାଙ୍କମାନେ ମଧ୍ୟ ନିଜ କରୋନା ଟେଷ୍ଟ୍ କରାଇ ନିଅନ୍ତୁ।’

ଏଠାରେ କରୋନା ସଂକ୍ରମିତ ମାମଲା ଆସିବା ସହ ୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଯାଇଛି। ଏହା ସହିତ ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୪୩,୨୪୮ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ୧୩୨୧ ହୋଇଯାଇଛି। ବିହାରରେ ବର୍ତ୍ତମାନ ୫୧୮୯ ସକ୍ରିୟ କରୋନା ରୋଗୀ ଅଛନ୍ତି ଯେଉଁମାନଙ୍କର ପାଟନା ସମେତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Show More

Related Articles

Back to top button